ପୋଖରୀରେ ବୁଡ଼ି ମହିଳାଙ୍କ ମୃତ୍ୟୁ

ରୂପ୍‌ସା,୮।୬(ଡି.ଏନ୍‌.ଏ): ବାଲେଶ୍ବର ଜିଲା ରୂପ୍‌ସା ଥାନା ଅନ୍ତର୍ଗତ ଲଛମନଖୁଣ୍ଟା ଗ୍ରାମର ଜଣେ ମହିଳାଙ୍କ ଗାଁ ପୋଖରୀରେ ବୁଡ଼ି ଶନିବାର ମୃତ୍ୟୁ ଘଟିଛି। ସେ ହେଲେ ବିଧବା ମହିଳା ଶ୍ରୀମତୀ ସିଂ(୬୦)। ଶ୍ରୀମତୀ ଗାଧୋଉଥିବାବେଳେ ଅସାବଧାନତାବଶତଃ ଗୋଡ଼ ଖସିଯାଇଥିଲା। ଗ୍ରାମବାସୀ ତାଙ୍କୁ ପୋଖରୀରୁ ଉଦ୍ଧାରକରି ରୂପ୍‌ସା ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।