ପୋଖରୀରେ ବୁଡ଼ି ଯୁବକଙ୍କ ଜୀବନ ଗଲା

ଅମରପାଲି, ୧୧।୯(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ଖଣ୍ଡହତା ଗ୍ରାମରେ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ମାନସ ଦାସ(୨୮)।
ପ୍ରକାଶ ଯେ, ମାନସ ମଙ୍ଗଳବାର ତାମିଲନାଡ଼ୁ କାମ କରିବାକୁ ଯିବାକୁ କହି ଘରୁ ୨ ହଜାର ଟଙ୍କା କୁଆଡ଼େ ଯାଇଥିଲେ। ସନ୍ଧ୍ୟାରେ ଗାଁକୁ ଫେରି ବୁଲାବୁଲି କରିଥିଲେ। ଗାଁ ଛକ ନିକଟରେ ଥିବା ପୋଖରୀରେ ଗାଧୋଇଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ସେ ନ ଫେରିବାରୁ ଘରଲୋକେ ଖୋଜାଖୋଜି କରିଥିଲେ। ପୋଖରୀ ହୁଡ଼ାରେ ତାଙ୍କ ଚପଲ, ପ୍ୟାଣ୍ଟ୍‌, ସର୍ଟ ପଡ଼ିଥିବା ଦେଖି ବୁଡ଼ି ଯାଇଥିବା ସନ୍ଦେହ ହୋଇଥିଲା। ଖବର ପାଇ ଅଗ୍ନିଶମ କାର୍ଯ୍ୟଚାରୀ ପହଞ୍ଚି ମାନସଙ୍କ ମୃତଦେହ ପୋଖରୀରୁ ଉଦ୍ଧାର କରିଥିଲା। ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ସୂଚନା ଦେଇଛି।

Share