ବାଲେଶ୍ୱର ଅଫିସ,୧୫।୧୦-ବାଲେଶ୍ୱର ସଦର ଥାନା ବଡ଼ଡିହ ଗ୍ରାମର ବୀରେନ୍ଦ୍ର ଦିଣ୍ଡାଙ୍କ ୨ବର୍ଷର ଝିଅ ଶୁଭଲକ୍ଷ୍ମୀ ମଙ୍ଗଳବାର ପୋଖରୀରେ ବୁଡ଼ି ଯାଇ ପ୍ରାଣ ହରାଇଛନ୍ତି।
ବୀରେନ୍ଦ୍ର କଲିକତାରେ କାର୍ଯ୍ୟ କରୁଥିବା ବେଳେ ସ୍ତ୍ରୀ ଟିକିଲି ପରିବାର ଲୋକଙ୍କ ସହ ଘରେ ରହୁଥିଲେ। ପୂର୍ବାହ୍ନରେ ଶୁଭଲକ୍ଷ୍ମୀ ଅନ୍ୟ ଜଣେ ପିଲା ସହ ବଲ୍ ଖେଳୁଥିବାବେଳେ ବଲ୍ ପୋଖରୀ କଡ଼କୁ ଚାଲିଯାଇଥିଲା। ଶୁଭଲକ୍ଷ୍ମୀ ତାହାକୁ ଆଣିବାକୁ ଯାଇ ପୋଖରୀରେ ପଡ଼ି ଯାଇଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ଝିଅକୁ ନ ପାଇ ଟିକିଲି ଏଣେତେଣେ ଖୋଜାଖୋଜି କରିଥିଲେ। ପରେ ପରିବାର ଲୋକ ମଧ୍ୟ ଖୋଜିବାରେ ଲାଗିଥିଲେ। ଶେଷରେ ପୋଖରୀରେ ତାଙ୍କୁ ଉଦ୍ଧାର କରାଯାଇ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ମାତ୍ର ଡାକ୍ତର ଝିଅକୁ ମୃତ ଘୋଷଣା କରିଥିଲେ। ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା(ନଂ.୫୨/୧୯) ରୁଜୁ କରାଯାଇଛି।