ଗୋପ,୨୮।୮(ଡି.ଏନ୍.ଏ.): ପୁରୀ ଜିଲା ଗୋପ ଥାନା ଅଧୀନ ଓରୁଆଳି ଗ୍ରାମ ପୋଖରୀରେ ବୁଡ଼ି ବୁଧବାର ସକାଳେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଣ୍ଟି ବେହେରା(୧୪)।
ପ୍ରକାଶ ଯେ, ବଣ୍ଟି ସ୍କୁଲ ଯିବାପାଇଁ ସବୁଦିନ ଭଳି ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲା। ମାତ୍ର ଅସାବଧାନତା ବସତଃ ତାଙ୍କ ଗୋଡ଼ ଖସିଯାଇଥିଲା। ଗାଁ ଲୋକେ ତାଙ୍କୁ ଉଦ୍ଧାରକରି ଗୋପ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଗୋପ ପୋଲିସ ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଚଳାଇଛି ।