ପୋଖରୀରେ ବୁଡି ଯୁବକ ମୃତ

ଠାକୁରମୁଣ୍ଡା,୬ା୧୨(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା କରଞ୍ଜିଆ ଉପଖଣ୍ଡ ରରୁଆଁ ଥାନା ଅନ୍ତର୍ଗତ ଜାମୁଦାପାଳ ଗ୍ରାମ ପୋଖରୀରେ ବୁଡ଼ି ଶୁକ୍ରବାର ସକାଳେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସତ୍ୟାନନ୍ଦ ସାହୁ(୩୨)। ଶୌଚ ହେବାକୁ ପୋଖରୀକୁ ଯାଇ ସେ ପାଣିରେ ବୁଡ଼ି ଯାଇଥିଲେ। ପରେ ତାଙ୍କର ମୃତଦେହ ପାଣିରେ ଭାସୁଥିବା ଦେଖିବାକୁ ମିଳିଥିଲା। ଖବରପାଇ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ। ଏନେଇ ରରୁଆଁ ଥାନାରେ ଏକ ଅପମୃତ୍ୟୁ ମାମଲା(ନଂ. ୨୪/୧୯) ରୁଜୁ ହୋଇଛି।