ପୋଖରୀ କାମରେ ଅନିୟମିତତା ଅଭିଯୋଗ: ପ୍ରତିବାଦରେ କନିଷ୍ଠ ଯନ୍ତ୍ରୀଙ୍କ ଅଫିସ ଘେରାଉ

କୋକସରା,୬।୬(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ପଦ୍ମ ସାରର ପୋଖରୀ ପଙ୍କ ଉଦ୍ଧାର ଓ ମାଟି କାମ କ୍ଷୁଦ୍ର ଜଳସେଚନ ଓ ଅଣୁ ବିଭାଗ ଦ୍ୱାରା ଚାଲିଛି । କିନ୍ତୁ ପୋଖରୀ ପଙ୍କ ଉଦ୍ଧାର କାମରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ କରି ଗୁରୁବାର ବଡ଼ପଡ଼ାର ଶତାଧିକ ମହିଳା କ୍ଷୁଦ୍ର ଜଳସେଚନ କନିଷ୍ଠ ଯନ୍ତ୍ରୀ ଅଫିସ ଘେରାଉ କରିଛନ୍ତି । ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଅନୁପସ୍ଥିତ ଯୋଗୁ ପୋଖରୀରେ ପହଞ୍ଚତ୍ କାମ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି ।
ସୂଚନା ଅନୂସାରେ କ୍ଷୁଦ୍ର ଜଳସେଚନ ବିଭାଗ ଅଧୀନରେ ଥିବା ପଦ୍ମ ସାଗର ପୋଖରୀରେ ପଙ୍କ ଉଦ୍ଧାର ପାଇଁ ବିଭାଗୀୟ କାର୍ଯ୍ୟାଦେଶ ୪୦ ଲକ୍ଷ ବ୍ୟୟ ଅଟକଳରେ ପଙ୍କ ଉଦ୍ଧାର କାର୍ଯ୍ୟ ଚାଲିଛି। ଠିକାଦାର ଜଣକ ନିଜ ମନଇଚ୍ଛା କାମ କରିବା ସହ ପୋଖରୀ ତୁଠ ପାଖରୁ ପଙ୍କ ଉଦ୍ଧାର ନ କରି ଅନ୍ୟ ସ୍ଥାନରୁ ମାଟି ଉଠାଉଥିବା ଅଭିଯୋଗ କରିଛନ୍ତି। ଏଥିସହ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ପୋଖରୀ ତୁଠରୁ ପଙ୍କ ଉଦ୍ଧାର କିମ୍ବା ମରାମତି ନ କରି ଅନ୍ୟ ତୁଟଗୁଡ଼ିକରେ କାମ କରୁଥିବା ଅଭିଯୋଗ କରିଛନ୍ତି। ପ୍ରଥମେ ମହିଳାମାନେ କନିଷ୍ଠ ଯନ୍ତ୍ରୀଙ୍କ ଅଫିସରେ ପହଞ୍ଚତ୍ଥିଲେ। ଯନ୍ତ୍ରୀ ଅନୁପସ୍ଥିତ ଥିବା ଯୋଗୁ ମହିଳାମାନେ ପୋଖରୀକୁ ଯାଇ କାମ ବନ୍ଦ କରିବାକୁ ଠିକାଦାରଙ୍କୁ କହିଥିଲେ। ଯେତେ ଦିନ ପର୍ଯ୍ୟନ୍ତ ତାଙ୍କ ଅଭିଯୋଗ ଉପରେ ବିଚାର ନ ହେବ ସେତେ ଦିନ ଯାଏ କାମ ବନ୍ଦ କରିବାକୁ ରୋକଠୋକ ଶୁଣାଇଥିଲେ। ଖବର ପାଇ କନିଷ୍ଠ ଯନ୍ତ୍ରୀ ଅନିଲ ନାୟକ ଫୋନ ଯୋଗେ ମହିଳାମାନଙ୍କ ସହ କଥା ହୋଇ ସେମାନଙ୍କ ଦାବି ଅନୁସାରେ କାମ କରାଯିବ ବୋଲି କହିବା ପରେ ମହିଳାମାନେ ଫେରି ଯାଇଥିଲେ। ବଡ଼ପଡ଼ା ମହିଳା ନେତ୍ରୀ ଫୁଲତୋଳା ଖମାରୀଙ୍କ ନେତୃତ୍ୱରେ ମାଳତି ସୁନା, ସରସ୍ବତୀ ବାଗ, ଲଳିତା ବାଗ, ରେବତୀ ଖମାରୀ, ନୁପୁର ବାଗ, ଡ଼ାଳିମ୍ବ ଖମାରୀ, ରାଣି ବାଗ, ପ୍ରତିମା ନାଏକ, ପିଙ୍କି ବାଗ, ସରୋଜିନି ସାଗର, ସଶ୍ମିତା ବାଗ ଏବଂ ଅନ୍ୟ ମହିଳାମାନେ ସାମିଲ ହୋଇଥିଲେ। କୋକସରା ସମିତି ସଭ୍ୟ ତ୍ରିଭୁନ ନାଏକ, ରାମଚନ୍ଦ୍ର ପାଣିଗ୍ରାହୀ, ଟୁନା ବାଗ, ଡ଼ଚି ଖମାରୀ ମହିଳାମାନଙ୍କୁ ସମର୍ଥନ କରିଥିଲେ ।