କଣ୍ଟାପଡା, ୧୮।୪(ଡି.ଏନ୍.ଏ.): କଟକର କଣ୍ଟାପଡ଼ା ବ୍ଲକ ଅନ୍ତର୍ଗତ ନାହଳପୁର ଗ୍ରାମପଞ୍ଚାୟତର ଗୁଣାଦୋଳ କେ.ଏନ. ନୋଡାଲ ସ୍କୁଲ ସମ୍ମୁଖରେ ଧାରଣା ଦିଆଯାଇଛି। ସ୍କୁଲ ଅଧିନରେ ଥିବା ଠାକୁରା ପୋଖରୀ ସଫେଇ ଦାବିରେ ଗଁ। ର ଶତାଧିକ ମହିଳା ଓ ପୁରଷମାନେ ଉକ୍ତ ବିଦ୍ୟାଳୟରେ ତାଲାପକାଇ ଧାରଣା ଦେଇଛନ୍ତି। ସୂଚନାଯୋଗ୍ୟ, ପ୍ରାୟ ୨.୫ ଏକର ଜମିରେ ଠାକୁରା ପୋଖରୀ ଥିବା ବେଳେ ବିଭାଗୀୟ ଅବହେଳାରୁ ସେଠାରେ ଦଳ ଓ ଆବର୍ଜନା ଭରି ରହିଛି। ଫଳରେ ପୋଖରୀଟି ବ୍ୟବହାର ଅନୁପଯୋଗୀ ହୋଇଥିବା ବେଳେ ଏଥିରେ ମଶା ଓ ବିଷଧର ସାପ ବସବାସ କରୁଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗକୁ ନେଇ ସ୍କୁଲ କର୍ତ୍ତୃପକ୍ଷ ବାରମ୍ବାର ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଯାହାଫଳରେ ଗ୍ରାମବାସୀମାନେ ଗୁଣାଦେଳ ତ୍ରୟାନାଥ ଯୁବ ପରିଷଦ ସହଯୋଗରେ ଏଭଳି ପଦକ୍ଷେପ ନେଇଛନ୍ତି। ଏଥିସହ ଆବଶ୍ୟକ ପଡ଼ିଲେ ଭୋଟ ବର୍ଜନ କରାଯିବ ବୋଲି ଗଁ। ଲୋକେ ପରୋକ୍ଷରେ ଚେତାବନୀ ଦେଇଛନ୍ତି।