Categories: ଜାତୀୟ

ପୋଡ଼ିଗଲା ୧୫ଘର

ଶିମ୍‌ଲା,୨୭।୧୦:ହିମାଚଳ ପ୍ରଦେଶର ଏକ ପ୍ରାଚୀନ ଗାଁ ମଲାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛିି। ନିଆଁ ଲାଗିବା ଦ୍ୱାରା ୧୫ଟି କାଠ ଘର ପୋଡ଼ି ଯାଇଛି। ଏହି ଘଟଣାରେ କୌଣସି ଲୋକଙ୍କର ମତ୍ୟୁ ହୋଇ ନଥିବା ପୋଲିସ ପକ୍ଷରୁ କୁହାଯାଇଛି। ରାତି ପ୍ରାୟ ୧.୩୦ରେ ନିଆଁ ଲଗିଥିବା ସନ୍ଦେହ କରାଯାଉଛି। ବୁଧବାର ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରଛନ୍ତି। ଗାଁକୁ ରାସ୍ତା ନ ଥିବା କାରଣରୁ ସେଠାରେ ପହଞ୍ଚିବା ସମୟ ସାପେକ୍ଷ ଥିଲା। ତେବେ ନିଆଁ ଲାଗିବାର କାରଣ ଏ ଯାଏ ଅସ୍ପଷ୍ଟ ରହିଛି। ଏ ନେଇ ପୋଲିସ ପକ୍ଷରୁ ତଦନ୍ତ କରାଯାଉଥିବା ସୂଚନା ରହିଛି।

 

Share