ପୋଡ଼ି ହୋଇ ବାପାପୁଅ ଗୁରୁତର

ଧାମନଗର, ୧୯।୧୦(ଡି.ଏନ୍‌.ଏ.)- ଭଦ୍ରକ ଜିଲା ଧାମନଗର ବ୍ଲକ କଟସାହି ପଞ୍ଚାୟତର ଶ୍ୟାମଚାନ୍ଦ ପାଟଣା ଗ୍ରାମରେ ଶନିବାର ଅଗ୍ନିକାଣ୍ଡ ଘଟି ବାପପୁଅ ଗୁରୁତର ହୋଇଛନ୍ତି। ସେମାନେ ହେଲେ ପୂର୍ଣ୍ଣଚନ୍ଦ୍ର ବାରିକ ଏବଂ ପୁଅ ଜିତେନ୍ଦ୍ର। ପୂର୍ବାହ୍ନରେ କାଶିମପୁର ଅସୁରାଳୀ ରାସ୍ତାର ଓଉଗଛ ଛକରେ ଥିବା ନିଜ ତେଜରାତି ଦୋକାନ ଖୋଲିବା ସମୟରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ଉଭୟ ପୋଡ଼ି ଯାଇଥିଲେ। ଲୋକେ ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରି ଭଦ୍ରକ ମେଡିକାଲ ପଠାଇଛନ୍ତି।