Categories: ଗଞ୍ଜାମ

ପୋଡ଼ି ହୋଇ ୨ ଭଉଣୀଙ୍କ ମୃତ୍ୟୁ ଘଟଣା: ପରିବାରକୁ ମିଳିବ ୮ଲକ୍ଷ ଟଙ୍କା

ଫିରିଙ୍ଗିଆ, ୨୧ା୬- ଫିରିଙ୍ଗିଆ ବ୍ଲକ କେଳାପଡା ପଞ୍ଚାୟତ ଗେରୁପଡା ଗ୍ରାମରେ ବିଦ୍ୟୁତ ଶର୍ଟ ସର୍କିଟରୁ ଘରେ ନିଆଁ ଲାଗି ପୋଡ଼ି ହୋଇ ବୁଧବାର ୨ ଭଉଣୀଙ୍କ ମୃତ୍ୟୁ ଘଟିଥିଲା। ଗୁରୁବାର ସେମାନଙ୍କ ପରିବାରବର୍ଗଙ୍କୁ ସ୍ଥାନୀୟ ବିଧାୟକ ଓ ପ୍ରଶାସନିକ ଅଧିକାରୀ ଭେଟିଛନ୍ତି। ସରକାରଙ୍କ ନିୟମ ଅନୁସାରେ ତାଙ୍କ ପରିବାରକୁ ୮ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯିବ ବୋଲି କୁହାଯାଇଛି। ଏଥିସହ ତତ୍କାଳ ଆର୍ଥିକ ଓ ଅନ୍ୟାନ୍ୟ ସହାୟତା ଯୋଗାଇ ଦିଆଯାଇଛି। ତହସିଲଦାର ପୁନମ ରାଉତ ଘର ମରାମତି ପାଇଁ ୮ ହଜାର ଟଙ୍କା ଓ ପାଲ ଦେଇଥିବା ବେଳେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ୫,୫୦୦ ଟଙ୍କା, ସରପଞ୍ଚ ପ୍ରେମଶୀଳା ଝାଙ୍କର ୨ ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି। ମୃତ ଦୁଇ ଭଉଣୀଙ୍କ ମା’ ବାଲମତୀ ବେହେରା ଏବଂ ଭାଇ ରୁଦ୍ର ଆହତ ହୋଇଥିବାରୁ ସେମାନଙ୍କ ସମସ୍ତ ଚିକିତ୍ସା ମାଗଣାରେ କରାଯିବ ବୋଲି ପ୍ରତିଶ୍ରୁତି ମିଳିଛି। ପରିବାର ଲୋକଙ୍କୁ ୭ ଦିନ ପର୍ଯ୍ୟନ୍ତ ଖାଦ୍ୟ ଯୋଗାଇ ଦିଆଯିବ ା ସମିତି ସଭ୍ୟ ପୁଷ୍ପାଞ୍ଜଳୀ ସାହୁ, ଜିଲା ପରିଷଦ ସଦସ୍ୟ ଜୟଶ୍ରୀ କହଁର ପ୍ରମୁଖ ମଧ୍ୟ ଉପସ୍ଥିତ ରହି ସହାୟତାର ହାତ ବଢ଼ାଇଥିଲେ ା ସୂଚନାଯୋଗ୍ୟ, ମଙ୍ଗଳବାର ବିଳମ୍ବିତ ରାତିରେ ଗେରୁପଡ଼ା ଗ୍ରାମର ଅରୁଣ ବେହେରା, ସ୍ତ୍ରୀ ବାଲମତୀ, ପୁଅ ରୁଦ୍ର ଗୋଟିଏ ଘରେ ଓ ଅନ୍ୟ ଏକ ଘରେ ଦୁଇ ଝିଅ କ୍ରିଷ୍ଣା ଏବଂ ରମ୍ଭା ଶୋଇଥିଲେ ା ଲାଇନ ଚାଲି ଯିବାରୁ ଘରେ ଡିବିରି ଲାଗିଥିଲା। ରାତି ପ୍ରାୟ ୩ଟାରେ ଲାଇନ ଆସିବାରୁ ବିଦ୍ୟୁତ ବୋର୍ଡରେ ଶର୍ଟ ସର୍କିଟ ହୋଇ ଘରେ ନିଆଁ ଲାଗି ଯାଇଥିଲା। ଏଥିରେ ଦୁଇ ଭଉଣୀ ପୋଡି ହୋଇ ଗୁରୁତର ହୋଇଥିଲେ। ସେମାନଙ୍କ ମାଓ ଭାଇ ମଧ୍ୟ ଆହତ ହୋଇଥିଲେ। ଅଗ୍ନିଶମ କର୍ମଚାରୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ଫିରଙ୍ଗିିଆ ଡାକ୍ତରଖାନା ଆଣିଥିଲା। ସେଠାରୁ ସମସ୍ତ ଆହତଙ୍କୁ ଫୁଲବାଣୀ ଡାକ୍ତରଖାନା ଅଣାଯାଇଥିଲା ା ଦୁଇ ଭଉଣୀଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଦୁଇ ଭଉଣୀଙ୍କୁ ଡାକ୍ତର ବ୍ରହ୍ମପୁର ରେଫର କରିଥିଲେ ା ତେବେ ଚିକିତ୍ସା ପୂର୍ବରୁ ଫୁଲବାଣୀରେ କ୍ରିଷ୍ଣା ଓ ବ୍ରହ୍ମପୁରରେ ରମ୍ଭାଙ୍କର ମୃତ୍ୟୁ ଘଟିଥିଲା ା