Categories: ରାୟଗଡା

ପୋଡାଗଲା ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଚାଷ

ମୁନିଗୁଡ଼ା, ୨୧।୧୧(ଡି.ଏନ୍‌.ଏ.)- ଅପରେଶେନ ଗ୍ରୀନ ଡାଇମଣ୍ଡର ଦିତୀୟ ଦିନରେ ରାୟଗଡ଼ାର ଉପାନ୍ତ ଅଞ୍ଚଳ ଚନ୍ଦ୍ରପୁରରେ ୫୬ ଏକର ଜମିରେ ହୋଇଥିବା ବେଆଇନ ଗଞ୍ଜେଇ ଚାଷକୁ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ପୋଡାଯାଇଛି। ବୁଧବାର ମଧ୍ୟ ୨୬ ଏକର ଜମିର ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିଲା। ଚନ୍ଦ୍ରପୁର ଥାନା କେଶ୍‌ ନମ୍ବର ୨୫ ଏବଂ ଗୁଡାରୀ ଅବକାରୀ ବିଭାଗ କେଶ୍‌ ନମ୍ବର ୮୨ରେ ଦୁଇଟି ମାମଲା ରୁଜୁ କରାଯାଇଛି। ଏହି ଘଟଣାରେ ଏଯାଏ କାହାରିକୁ ଗିରଫ କରାଯାଇନାହିଁ।
ପ୍ରକାଶଯେ, ଏସ୍‌ପି ଡ. ସର୍ବଣା ବିବେକ ଏମ୍‌ଙ୍କ ନିର୍ଦ୍ଦେଶ ଓ ମୁନିଗୁଡ଼ା ଏସ୍‌ଡିପିଓ ଚନ୍ଦ୍ରଶେଖର ହୋତାଙ୍କ ନେତୃତ୍ୱରେ ରାୟଗଡା ପୋଲିସ ଓ ଅବକାରୀ ବିଭାଗ କର୍ମଚାରୀଙ୍କୁ ନେଇ ଗଠିତ ଏକ ଟିମ୍‌ ଗୁରୁବାର ଚନ୍ଦ୍ରପୁର ଥାନା ଅଞ୍ଚଳରେ ଚଢାଉ କରିଥିଲା। ଜମ୍ବାଖାଲ ଓ ହନୁମନ୍ତପୁର ଅଞ୍ଚଳରେ ପ୍ରାୟ ୫୬ ଏକର ଜମିରେ କରାଯାଇଥିବା ବେଆଇନ ଗଞ୍ଜେଇ ଚାଷକୁ ପୋଡି ନଷ୍ଟ କରାଯାଇଛି। ଉକ୍ତ ଗଞ୍ଜେଇ ଗଛର ଆନୁମାନିକ ମୂଲ୍ୟ ୧୦ କୋଟି ୭୫ ଲକ୍ଷ ବୋଲି ସୂଚନା ମିଳିଛି। ଏହି ଅଭିଯାନରେ ମୁନିଗୁଡା ଏସ୍‌ଡିପିଓ, ବିଷମକଟକ ଓ ଗୁଡାରୀ ଅବକାରୀ ଅଧିକାରୀଙ୍କ ସହ ପ୍ରାୟ ୪୦ଜଣ କର୍ମଚାରୀ ନିୟୋଜିତ ଥିଲେ। ସୂଚନାନୁଯାୟୀ
ବୁଧବାର ମଧ୍ୟ ଚନ୍ଦ୍ରପୁର ଥାନା କୋଟିଙ୍ଗିଗୁଡା ଓ ଡାବେରି ଅଞ୍ଚଳରୁ ୨୬ ଏକର ଜମିରେ ହୋଇଥିବା ୫କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିଲା।