ପୋଡାଗଲା ୫୧ହଜାର ଗଞ୍ଜେଇ ଗଛ

ଆର.ଉଦୟଗିରି,୧୮ା୧୨(ଡି.ଏନ.ଏ.): ଗଜପତି ଜିଲା ଆର.ଉଦୟଗିରି ଥାନା ନୂଆଗଡ ବ୍ଲକ ଅନୁଗୁରୁ ପଞ୍ଚାୟତର ଟଣ୍ଡରଙ୍ଗ ଗ୍ରାମ ପାହାଡ ଉପରେ ଚାଷ ହୋଇଥିବା ଗଞ୍ଜେଇ ଗଛକୁ ବୁଧବାର ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ନଷ୍ଟ କରାଯାଇଛି। ଜିଲାପାଳ ଅନୁପ ସାହା, ଏସ୍‌ପି ସାରା ଶର୍ମା ଏବଂ ଅବକାରୀ ସୁପରିଣ୍ଟେଣ୍ଡେଣ୍ଟ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ନିର୍ଦ୍ଦେଶକ୍ରମେ ଚଢାଉ କରାଯାଇଥିଲା। ପ୍ରାୟ ୪୫.୫୦୦ ଏକର ଜମିରେ ଲଗାଯାଇଥିବା ୫୧ହଜାର ଗଞ୍ଜେଇ ଗଛକୁ କାଟି ପୋଡି ଦିଆଯାଇଥିବା ଅବକାରୀ ଓଆଇସି ଜି. ସୁରିବାବୁ କହିଛନ୍ତି। ଏହି ଚଢାଉରେ ଆର.ଉଦୟଗିରି ତହସିଲଦାର ସ୍ମୃତିରଞ୍ଜନ ଶତପଥୀ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବାବେଳେ ଆର.ଉଦୟଗିରି ଏସ୍‌ଡିପିଓ ଅଶୋକ କୁମାର ମାହାନ୍ତି, ଥାନା ଅଧିକାରୀଣି ମମତା ନାୟକ, ପାରଳାଖେମୁଣ୍ଡି ଅବକାରୀ ଇନ୍ସପେକ୍ଟର ପଦ୍ମଚରଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Share