ପୋଡି ହୋଇ ଯୁବତୀଙ୍କ ଜୀବନ ଗଲା

ତିହିଡି,୫।୪(ଡି.ଏନ.ଏ.): ଭଦ୍ରକ ଜିଲା ତିହିଡି ଥାନା ବାରସର ପଞ୍ଚାୟତ ଅଧୀନ ମୁଟୁରିଗଡ ଗ୍ରାମରେ ରବିବାର ଅପରାହ୍ନରେ ଅଗ୍ନିକାଣ୍ତ ଘଟି ଭାବଗ୍ରାହୀ ରାଉତଙ୍କର ୩ବଖରା ଘର ଜଳିଯାଇଛି। ନିଆଁରେ ପୋଡି ହୋଇ ଭାବଗ୍ରାହୀଙ୍କ ଝିଅ କବିତା ରାଉତଙ୍କ ମୃତ୍ୟୁ ଘଟିଛି। ପୋଲିସ ଏକ ଅପମୃତ୍ୟୁ ମାମଲା(ନଂ.୧୯/୨୦) ରୁଜୁ କରି ମୃତଦେହକୁ ବ୍ୟବଛେଦ ପାଇଁ ପଠାଇଛି। ବିଦ୍ୟୁତ ସର୍ଟ ଶର୍କିଟ ଯୋଗୁ ଏହି ଅଗ୍ନିକାଣ୍ତ ଘଟିଥିବା କୁହାଯାଇଛି।ତିହିଡିରୁ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।