ପୋଢୁଅଁ। ହେଲେ ଶ୍ରୀଲିଙ୍ଗରାଜ

ପୁରୁଣା ଭୁବନେଶ୍ୱର,୨୧।୧୧(ଡି.ଏନ.ଏ.): ପ୍ରଥମାଷ୍ଟମୀ ଅବସରରେ ବୁଧବାର ମହାପ୍ରଭୁ ଶ୍ରୀଲିଙ୍ଗରାଜ ପୋଢୁଅଁ। ହୋଇଛନ୍ତି। ଦୈନନ୍ଦିନ ରୀତିନୀତି କରି ଶ୍ରୀଲିଙ୍ଗରାଜ, ମା’ ପାର୍ବତୀ, ମା’ ଗୌରୀ ଏବଂ ପ୍ରଭୁ ବାସୁଦେବ ସୁସଜ୍ଜିତ ବିମାନ ଓ ପାଲିଙ୍କିରେ ଶ୍ରୀଲିଙ୍ଗରାଜଙ୍କ ମାମୁ ଘର ମୈତ୍ରୟେଶ୍ୱର ମନ୍ଦିର ଯାତ୍ରା କରିଥିଲେ। ପାପନାଶିନୀ କୁଣ୍ଡରୁ ଢାଳରେ ପୂଜା ପଣ୍ଡା ସେବାୟତ ଜଳ ଆଣି ଶ୍ରୀଜୀଉମାନଙ୍କୁ ସ୍ନାନ ଲାଗି କରିଥିଲେ। ଶ୍ରୀମୈତ୍ରୟେଶ୍ୱର ଦେବଙ୍କ ସହ ଭେଟ ଆଳତି କରିଥିଲେ। ସେଠାରୁ ରଥଖଳା, ସିଂହଦ୍ୱାର ଦେଇ ସ୍ବମନ୍ଦିର ପ୍ରତ୍ୟାବର୍ତ୍ତନ କରିଥିଲେ।

Share