ପୋଢୁଆଁ ହେବେ ଶ୍ରୀକପିଳେଶ୍ୱର

ପୁରୁଣା ଭୁବନେଶ୍ୱର, ୧୬।୧୧ (ଡି.ଏନ.ଏ.): ଆସନ୍ତା ୨୦ ତାରିଖରେ ପୋଢୁଆ ଅଷ୍ଟମୀ। ପୋଢୁଆ ହେବେ ମହାପ୍ରଭୁ ଶ୍ରୀକପିଳେଶ୍ୱର ଦେବ। ଏଥିପାଇଁ କୈବର୍ତ୍ତସାହିରେ ପୂଜା ପାଉଥିବା ମାମୁ ଶ୍ରୀଝୁଣ୍ଟୁକେଶ୍ୱର ମହାଦେବଙ୍କ ପକ୍ଷରୁ ନବବସ୍ତ୍ର ଆସିବ। ବିଧି ମୁତାବକ କପିଳେଶ୍ୱର ଦେବଙ୍କ ପୀଠରେ ପହଞ୍ଚତ୍ବା ପରେ ଠାକୁର ପୋଢୁଆ ହେବେ। କୈବର୍ତ୍ତ ବେହେରାମାନଙ୍କ ପକ୍ଷରୁ ଏହି କାର୍ଯ୍ୟ ସମ୍ପାଦନ କରାଯାଇଥାଏ। ଚଳିତବର୍ଷ ମଧ୍ୟ ପୋଢୁଆ ଅଷ୍ଟମୀର ପୂର୍ବଦିନ ନବବସ୍ତ୍ର ଶ୍ରୀଲିଙ୍ଗରାଜ କୈବର୍ତ୍ତ ସେବାୟତ ଟ୍ରଷ୍ଟ ପକ୍ଷରୁ ପ୍ରେରଣ କରିବାକୁ ବ୍ୟବସ୍ଥା କରାଯାଇଛି। ସେଦିନ ବାଜା, ବାଣ, ରୋଷଣୀ ଏବଂ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଶୋଭାଯାତ୍ରାରେ ତାଳେ ତାଳେ ଏହି ନବବସ୍ତ୍ରକୁ ସେବାୟତମାନେ ଧରି ଶ୍ରୀକପିଳେଶ୍ୱର ମନ୍ଦିର ଅଭିମୁଖେ ଯାତ୍ରା କରିବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ବ୍ୟବସ୍ଥା ଶେଷ ହୋଇଥିବା ଟ୍ରଷ୍ଟ ସମ୍ପାଦକ ବାସୁଦେବ ବେହେରା କହିଛନ୍ତି। ଲକ୍ଷ୍ମୀଧର ବେହେରା, ବୃନ୍ଦାବନ ବେହେରା, ଗଗନ ବେହେରା ପ୍ରମୁଖ ଟ୍ରଷ୍ଟି ସଦସ୍ୟ ପ୍ରସ୍ତୁତି କାର୍ଯ୍ୟରେ ସହଯୋଗ କରୁଛନ୍ତି।

Share