‘ପୋତାଧନ’ ନଁାରେ ଠକେଇ, ୩ ଗିରଫ

ବଲାଙ୍ଗୀର ଅଫିସ, ୭ା୬-ମାଟି ତଳେ ପୋତାଯାଇଥିବା ଏକ ହଣ୍ଡା ଭିତରୁ ଅସଲି ସୁନା (ପୋତାଧନ)ମିଳିଛି। ସେଥିପାଇଁ କମ୍‌ଦାମରେ ବିକ୍ରି ହେବ କହି ଜଣେ ବେପାରୀଙ୍କୁ ଠକେଇ କରିଥିବା ଏକ ର଼୍ୟାକେଟ୍‌ର ୩ ସଦସ୍ୟଙ୍କୁ ବଲାଙ୍ଗୀର ସଦର ଥାନା ପୋଲିସ ଗିରଫ କରିଛି ା ଏ ସମ୍ପର୍କରେ ଅଭିଯୋଗ ହେବା ପରେ ଏହି ଘଟଣା ସାମ୍‌ନାକୁ ଆସିଛି ା ପୋଲିସ ଏକ ମାମଲା (ନଂ.୧୮୩/୨୦) ରୁଜୁ କରି ତଦନ୍ତ ଆରମ୍ଭ କରିଛି ା ବୌଦ୍ଧ ଜିଲା ମନମୁଣ୍ଡା ଗ୍ରାମର ରଞ୍ଜନ କୁମାର ମେହେର ଏହି ଠକେଇର ଶିକାର ହୋଇଛନ୍ତି ା ନକଲି ସୁନା ନେଇ ଉକ୍ତ ର଼୍ୟାକେଟ୍‌ର ସଦସ୍ୟମାନେ ତାଙ୍କଠାରୁ ୨ଲକ୍ଷ ଟଙ୍କା ଠକି ନେଇଛନ୍ତି ା
ରଞ୍ଜନଙ୍କ ଅଭିଯୋଗ ମୁତାବକ, ଗତ ୪ ତାରିଖ ଦିନ ଏକ ଅଜଣା ନମ୍ବରରୁ ତାଙ୍କୁ ଫୋନ୍‌ ଆସିଥିଲା ା ଫୋନ୍‌ କରିଥିବା ବ୍ୟକ୍ତି ଜଣକ କହିଥିଲେ, କୂଅ ଖୋଳିବା ବେଳେ ଜଣେ ବ୍ୟକ୍ତି ପୋତାଧନ ପାଇଛନ୍ତି ା ଏହା ଖାଣ୍ଟି ସୁନା ଓ ସେ ଯଦି ନେବାକୁ ଚାହୁଛନ୍ତି କମ୍‌ ଦାମରେ କରାଇ ଦେବେ ା ସେହି କଥାକୁ ବିଶ୍ୱାସ କରି ୫ ତାରିଖ ଦିନ ରଞ୍ଜନ ସୁନା କିଣିବା ପାଇଁ ବଲାଙ୍ଗୀର ସଦର ଥାନା ଅଧୀନ ଚୁଡାପାଲି ନିକଟ ବଗିଚା ଢ଼ାବା ପାଖରେ ପହଞ୍ଚତ୍ ଥିଲେ ା ସେଠାରେ ଠକ ର଼୍ୟାକେଟ୍‌ ସଦସ୍ୟମାନେ ଏକ ପୁରୁଣା କଳସ ଦେଖାଇଥିଲେ ା ରଞ୍ଜନଙ୍କ ମନରେ ବିଶ୍ୱାସ ସୃଷ୍ଟି କରିବା ପାଇଁ ସେମାନେ ଏକ ମେଶିନରେ କଳସର କିଛି ଅଂଶ ଡ୍ରିଲ୍‌ କରି ସେହି ଗୁଣ୍ଡ ରଞ୍ଜନକୁ ଦେଇଥିଲେ ା ଡ୍ରିଲ ଗୁଣ୍ଡ ଅସଲି ସୁନା ଜାଣିବା ପରେ ରଞ୍ଜନ ସେମାନଙ୍କୁ ୨ ଲକ୍ଷ ଟଙ୍କା ଦେଇ ଦେଢ଼ କେଜି ଓଜନର ସୁନାକଳସ ଧରି ଘରକୁ ଫେରିଥିଲେ ା ଘରେ ପହଞ୍ଚତ୍ ସେ ଆଣିଥିବା କଳସ ଯାଞ୍ଚ କରିଥିଲେ ା ହେଲେ ତାହା ନକଲି ବୋଲି ଜଣାପଡିଥିଲା ା ଏ ନେଇ ୬ ତାରିଖ ଦିନ ସେ ସଦର ଥାନାରେ ଅଭିଯୋଗ କରିଥିଲେ ା
ଏସ୍‌ପି ସନ୍ଦୀପ ମାଡକର ଏକ ଟିମ୍‌ ଗଠନ କରି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ା ପୋଲିସ ଟିମ୍‌ ଢ଼ୁଲୁସର ଗ୍ରାମରେ ଚଢ଼ାଉ କରି ସେଠାରୁ ୩ ଜଣଙ୍କୁ ଗିରଫ କରିଛି ା ଗିରଫ ଅଭିଯୁକ୍ତମାନେ ହେଲେ ପାଟଣାଗଡ ମେହେରପଡାର ଦୀପକ ମେହେର (୨୮), କଳାକାହ୍ନୁ ମେହେର (୫୦) ଓ ଲାଠୋର ଥାନା ଝଲିଆଲିଟି ଗ୍ରାମର ରାମଦାସ ମାଝି (୬୫) ା ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ା ସଦର ଏସ୍‌ଡିପିଓ ଶ୍ରୀମନ୍ତ ବାରିକ ଓ ସଦର ଥାନା ଆଇଆଇସି ତୋଫାନ ବାଗ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ା ଅଭିଯୁକ୍ତମାନଙ୍କଠାରୁ ନକଲି ସୁନା କଳସ, ଡ୍ରିଲ ମେଶିନ୍‌, ୩ ମୋବାଇଲ ଫୋନ୍‌, ଏକ ବାଇକ(ନଂ.ସିଜି୦୬ଜିଏଫ୍‌୦୧୫୧) ଏବଂ ନଗଦ ୯ ହଜାର ଟଙ୍କା ଜବତ କରାଯାଇଛି ା ଏହି ର଼୍ୟାକେଟ୍‌ରେ ଆଉ ୩ ସଦସ୍ୟ ରହିଛନ୍ତି ା ଗିରଫ ଅଭିଯୁକ୍ତଙ୍କ ନଁାରେ ବଲାଙ୍ଗୀର ଟାଉନ ଥାନା, ସଦର ଥାନା, ପାଟଣାଗଡ, ଲରମ୍ବା, ଖପ୍ରାଖୋଲ ଓ ବରଗଡ ଜିଲା ପଦ୍ମପୁର ଥାନାରେ ମାମଲା ରହିଥିବା ଜଣାପଡିଛି ା


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ରାଇଫଲ ସଂଘର ନୂଆ କର୍ମକର୍ତ୍ତାଙ୍କ ନାମ ଘୋଷଣା କଲେ ବିଧାୟକ କଳିକେଶ ନାରାୟଣ ସିଂଦେଓ

ବଲାଙ୍ଗୀର,୨୩ା୧୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ରାଜେନ୍ଦ୍ର ନାରାୟଣ ସିଂଦେଓଙ୍କ ସ୍ପୋର୍ଟ କମ୍ପ୍ଲେକ୍ସଠାରେ ଜିଲା ରାଇଫଲ ସଂଘର ସଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ସୋମବାର ବଲାଙ୍ଗୀର ବିଧାୟକ...

୩୫ ଲକ୍ଷ ଟଙ୍କାରେ ବଜ୍ରକାପ୍ତା ବିକ୍ରି ପାଇଁ ହୋଇଥିଲା ଡିଲ୍‌: ମାଡ଼ିବସିଲା ବନ ବିଭାଗ

ଟିଟିଲାଗଡ଼,୨୩।୧୨(ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ଼ ବନାଞ୍ଚଳ ଅଧୀନ ବର୍ଣ୍ଣେଇ ରିଜର୍ଭ ଜଙ୍ଗଲରୁ ଏକ ବଜ୍ରକାପ୍ତା ଧରି ବିକ୍ରି କରୁଥିବା ବେଳେ ବନ ବିଭାଗ ହାତରେ...

ପାଟଣାଗଡ଼ ପାର୍ସଲ ବୋମା ମାମଲା: ଆଜି ସାକ୍ଷୀ ଦେବେ କି ଅରୁଣ ବୋଥ୍ରା

ବଲାଙ୍ଗୀର,୨୩ା୧୨: ବଲାଙ୍ଗୀର ପାଟଣାଗଡ଼ର ବହୁଚର୍ଚ୍ଚିତ ପାର୍ସଲ ବୋମା ମାମଲାରେ ସୋମବାର ପାଟଣାଗଡ଼ ଏଡିଜେ କୋର୍ଟରେ ସାକ୍ଷ୍ୟ ଗହଣ କରାଯିବ। ଏହି ଘଟଣାରେ ତତ୍କାଳୀନ କ୍ରାଇମ୍‌ବ୍ରାଞ୍ଚ ଏଡିଜି...

ଅମିତ ଶାହାଙ୍କ ଇସ୍ତଫା ଦାବି କରି ଯୁବ କଂଗ୍ରେସର ବିକ୍ଷୋଭ

ବଲାଙ୍ଗୀର,୨୦ା୧୨(ସୁନୀଲ କୁମାର ମହାନ୍ତି): କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ଉପରେ ଆକ୍ରମଣ ଓ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରବେଶ ପଥରେ...

ଟିକେଟ୍‌ ଯାଞ୍ଚ କରୁଥିବାବେଳେ ହଠାତ୍‌ ଟଳିପଡ଼ିଲେ ଟିଟିଇ, ଜିଆରପି ପହଞ୍ଚିଲା ବେଳକୁ…

ଟିଟିଲାଗଡ଼,୨୦ା୧୨(ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ଼ ବନ୍ଦେ ଭାରତ ଏକ୍ସପ୍ରେସରୁ ଶୁକ୍ରବାର ଜଣେ କାର୍ଯ୍ୟରତ ଟିଟିଇଙ୍କ ମୃତଦେହ ଜବତ କରିଛି ଟିଟିଲାଗଡ଼ ଜିଆରପି। ଟିଟିଇ ଜଣକ...

ମୁଣ୍ଡରେ ବ୍ୟାଣ୍ଡେଜ୍‌, ହାତରେ ଭେନ୍‌ଫ୍ଳୋନ୍‌: ହସ୍ପିଟାଲ ଦେବଦାରୁ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବଲାଙ୍ଗୀର, ୧୭।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ପରିସରରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ସିଟି ସ୍କାନ ୱାର୍ଡ...

ଜାଲ୍‌ ଜାତି ପ୍ରମାଣପତ୍ର ବାତିଲ ଦାବି : ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଆଦିବାସୀଙ୍କ ରାସ୍ତାରୋକୋ

ବଲାଙ୍ଗୀର,୧୬ା୧୨(ବୀରେନ୍ଦ୍ର କୁମାର ଝାଙ୍କର)- ବଲାଙ୍ଗୀର ଜିଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୮ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇ ଏକ...

ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜବତ

ବଲାଙ୍ଗୀର,୧୬।୧୨:(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୋଲିସକୁ ବଡ଼ଧରଣର ସଫଳତା ମିଳିଛି। ବଲାଙ୍ଗୀର ଜିଲା ଛତରଦାଣ୍ଡି ସଂରକ୍ଷଣ ଜଙ୍ଗଲ ଅଞ୍ଚଳରୁ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜବତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri