ପୋତିଦେଲେ ଲକ୍ଷାଧିକ ଟଙ୍କାର ଔଷଧ

ଯଶିପୁର,୧୨ା୧୦(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଯଶିପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଲକ୍ଷାଧିକ ଟଙ୍କାର ଔଷଧ ମାଟି ତଳେ ପୋତି ଦିଆଯାଇଥିବା ଦେଖିବାକୁ ମିଳିଛି। ସରକାର ଜନସାଧାରଣଙ୍କ ବୃହତ ସ୍ବାର୍ଥ ଦୃଷ୍ଟିରୁ ବିନା ପଇସାରେ ନିରାମୟ ଯୋଜନାରେ ଔଷଧ ଯୋଗାଇ ଆସୁଥିବା ବେଳେ ଏଠାରେ ଏହାର ବ୍ୟତିକ୍ରମ ପରିଲ୍ଲକ୍ଷିତ ହୋଇଛି। ପୋତି ଦିଆଯାଇଥିବା ଔଷଧ ମଧ୍ୟରୁ ଅନେକ ଔଷଧର ବୈଧତା ୨୦୨୦ ଓ ୨୦୨୧ ପର୍ଯ୍ୟନ୍ତ ରହିଛି। ତେବେ ଏହି ଔଷଧଗୁଡ଼ିକୁ କିଏ କାହିଁକି, କ’ଣ ପାଇଁ ପୋତିଲେ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ଡାକ୍ତରଖାନା କର୍ତ୍ତୃପକ୍ଷ ମୁଁହ ଖୋଲି ନାହାନ୍ତି।