ପୋମ୍ପିଓଙ୍କୁ ଭେଟିଲେ ଜୟଶଙ୍କର: କଶ୍ମୀର ପ୍ରସଙ୍ଗରେ ତୃତୀୟ ପକ୍ଷ ଆବଶ୍ୟକତା ନାହିଁ

ବ୍ୟାଙ୍କ୍‌କ, ୨।୮: ଭାରତର ବୈଦେଶିକ ମନ୍ତ୍ରୀ ଏ.ସ. ଜୟଶଙ୍କର ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍‌ ପୋମ୍ପିଓଙ୍କୁ ଭେଟିଛନ୍ତି। ଶୁକ୍ରବାର ସକାଳୁ ବ୍ୟାଙ୍କ୍‌କରେ ଉଭୟ ରାଷ୍ଟ୍ର ପ୍ରତିନିଧି ଦ୍ୱିପାକ୍ଷୀୟ ଆଲୋଚନା କରିଥିଲେ। ଉଭୟଙ୍କ କଥାବାର୍ତ୍ତା ପରେ ଜୟଶଙ୍କର କହିଛନ୍ତି, କଶ୍ମୀର ପ୍ରସଙ୍ଗରେ ଭାରତ-ପାକିସ୍ତାନ ଦ୍ୱିପାକ୍ଷୀୟ ଆଲୋଚନା ହେବ। ତୃତୀୟ ପକ୍ଷ ଏଥିରେ ସାମିଲ ହେବେ ନାହିଁ ବୋଲି ପୋମ୍ପିଓଙ୍କ ସହ ଆଲୋଚନା ବେଳେ ଏହା ସ୍ପଷ୍ଟ କରାଯାଇଛି ବୋଲି ଜୟଶଙ୍କର କହିଛନ୍ତି। ସୂଚନାଯୋଗ୍ୟ, ଇମ୍ରାନଙ୍କ ଆମେରିକା ଗସ୍ତବେଳେ କାଶ୍ମୀର ପ୍ରସଙ୍ଗରେ ଭାରତ-ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା କରିବାକୁ ମୋଦି ତାଙ୍କୁ ପ୍ରସ୍ତାବ ଦେଇଥିଲେ ବୋଲି ଟ୍ରମ୍ପ କହିଥିଲେ। ଯାହାକୁ ନେଇ ଝଡ ଉଠିଥିଲା। ଏହି ବୟାନକୁ ଭାରତ ପକ୍ଷରୁ ଖଣ୍ଡନ କରାଯାଇଥିଲା।

Share