ପାରାଦୀପ, ୨୪।୪ (ସ୍ବ.ପ୍ର.)-ପାରାଦୀପ ପୋର୍ଟର ୧ନମ୍ବର ଗେଟ୍‌ ପାଖରେ ଚାଲିଥିବ ଏକ ନୂତନ ପ୍ରକଳ୍ପ(ଜେଏସ୍‌ଡବ୍ଲ୍ୟୁ)ରେ ଶୁକ୍ରବାର ଏକ ହାଇଓ୍ବାରେ ନିଆଁ ଲାଗି ଗାଡ଼ିଟି ସମ୍ପୂର୍ଣ୍ଣ ପୋଡ଼ିଯାଇଛି। ଗାଡ଼ିଟି ପେଟ୍‌ କୋକ୍‌ ବୋଝେଇ କରି ନିଷିଦ୍ଧାଞ୍ଚଳ ପ୍ଲଟକୁଯାଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ବିଦ୍ୟୁତ୍‌ ଶର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି।ପ୍ରଥମେ ସ୍ଥାନୀୟ କମ୍ପାନୀ ଓ ପରେ ପୋର୍ଟ ଅଗ୍ନିାମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ ନିଆଁକୁ ଆୟତ୍ତ କରିଥିଲେ। ଗାଡ଼ିଟି ଏକ ପରିବହନ ସଂସ୍ଥାର ବୋଲି ଜଣାପଡ଼ିଛି।

Share