Categories: ଖେଳ

ପୋର୍ତା ଜିତିଲେ ମୋଟୋ୩ ବିଶ୍ୱ ଟାଇଟଲ

ଫିଲିପ୍‌ ଆଇସଲାଣ୍ଡ(ଅଷ୍ଟ୍ରେଲିଆ), ୨୭।୧୦(ଏଏଫପି): ଇଟାଲୀର ହୋଣ୍ଡା ରାଇଡର ଲରେଞ୍ଜୋ ଡେଲା ପୋର୍ତା ଅଷ୍ଟ୍ରେଲିଆନ ଗ୍ରାଁ ପ୍ରି ଜିତିବା ସହ ମୋଟୋ୩ ବିଶ୍ୱ ଚାମ୍ପିୟନ ହେବାର ସୌଭାଗ୍ୟ ପାଇଛନ୍ତି। ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଆରନ କାନେଟ ଦୁର୍ଘଟଣାର ସମ୍ମୁଖୀନ ହେବାରୁ ପୋର୍ତା ଟାଇଟଲ ହାସଲ କରିଛନ୍ତି। ୨୨ ବର୍ଷୀୟ ପୋର୍ତା ଗ୍ରୀଡ୍‌ର ୬ଷ୍ଠ ସ୍ଥାନରୁ ରେସ୍‌ ଆରମ୍ଭ କରିଥିଲେ। ସେ ନିକଟତମ ସ୍ପେନ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ଷ୍ଟାଣ୍ଡିଂରେ ୪୭ ପଏଣ୍ଟ ଆଗରେ ଥିବାରୁ ଟାଇଟଲ ଫେଭରାଇଟ ଥିଲେ। ଅନ୍ୟତମ ହୋଣ୍ଡା ରାଇଡର ମାର୍କୋସ ରାମିରେଜ ଓ କେଟିଏମର ଆଲବର୍ଟ ଆରେନ୍ସ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଚଳିତ ସିଜନରେ ପୋର୍ତା ୩ ବିଜୟ ସହ ୧୦ ଥର ପୋଡିୟମ ମଣ୍ଡନ କରିଥିଲେ। ଫଳସ୍ବରୂପ ଆହୁରି ୨ଟି ରେସ୍‌ ବାକିଥାଇ ବିଶ୍ୱ ଟାଇଟଲ ହାସଲ ସ୍ପଷ୍ଟ କରିଛନ୍ତି।

Share