Categories: ଜାତୀୟ

ପୋଲରୁ ଏସ୍‌ୟୁଭି ଖସି ୭ ମୃତ

ମୁମ୍ବାଇ,୧୭ା୨: ମହାରାଷ୍ଟ୍ରର ୟବତମାଲ ଜିଲାରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟି ୭ ଜୀବନ ଯାଇଛି। ସକାଳେ କଲାମ୍ବ-ଯୋଡ୍‌ମୋହା ରୋଡ୍‌ ନିକଟ ଏକ ପୋଲରୁ ଏସ୍‌ୟୁଭି ଖସିପଡ଼ିବାରୁ ଏଭଳି ଦୁର୍ଘଟଣା ଘଟିଥିଲା। ଅନ୍ୟ ୧୨ ଜଣ ଯାତ୍ରୀ ଆହତ ହୋଇଥିବାବେଳେ ସେମାନଙ୍କୁ ଚିକିତ୍ସା ଲାଗି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଓ୍ବାର୍ଦ୍ଧା ଜିଲା କୋଟେଶ୍ୱର ଅଞ୍ଚଳର ଯୋଡ୍‌ମୋହା ନିବାସୀ ଏକ ଶୁଦ୍ଧିକ୍ରିୟା ଲାଗି ଏସ୍‌ୟୁଭିରେ ଯାଇଥିଲେ ବୋଲି ପୋଲିସ କହିଛି। ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇ ପୋଲ ତଳକୁ ଖସିପଡ଼ିଥିଲା

Share