ଡେଲାଙ୍ଗ, ୨୭ା୮(ଡି.ଏନ୍.ଏ.)-ଖୋର୍ଦ୍ଧା-ପଟ୍ଟନାୟିକିଆ ରାସ୍ତାର ତିରିମଲଠାରେ ଦୟାନଦୀ ଉପରେ ନିର୍ମାାଣ ହୋଇଥିବା ସେତୁ ଉପରୁ କଙ୍କ୍ରିଟ ଉଠିଯିବା ଫଳରେ ରଡ ଗୁଡିକ ବାହାରି ପଡିଥିବାରୁ ଯାତାୟତରେ ଅସୁବିଧା ହୋଇଛି। କଙ୍କ୍ରିଟ ଉଠି ଯିବା ଯୋଗୁ ସେତୁ ଉପରେ ଏକ ବଡ଼ ଖାଲ ସୃଷ୍ଟି ହୋଇଛି। ଏହି ସେତୁ ଉପରେ ଦୈନନ୍ଦିନ ହଜାରହଜାର ଭାରିଯାନ ଯାତାୟାତ କରୁଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ଏହି ସେତୁଟି ଡେଲାଙ୍ଗ ବ୍ଳକ ଓ ଜଟଣୀ ବ୍ଳକ ସୀମାରେ ଅବସ୍ଥିତ। ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ଖୋର୍ଦ୍ଧା ପୁର୍ତ୍ତ ବିଭାଗର ହୋଇଥିବାରୁ ଏହାକୁ ମରାମତି କରିବା ପାଇଁ ବାରମ୍ବାର ଦାବିହୋଇ ଆସୁଥିଲେ ସୁଦ୍ଧା ଅଦ୍ୟାବଧି ବିଭାଗୀୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚତ୍ ନ ଥିବା ସ୍ଥାନୀୟ ଅଧିବାସୀ ମାନଙ୍କୁ ବ୍ୟଥିତ କରିଛି। ବର୍ଷା ହେଲେ ସୃଷ୍ଟି ହୋଇଥିବା ଖାଲରେ ପାଣି ଜମି ରଡ଼ ଦେଖାଯାଉ ନ ଥିବାରୁ ବାଇକ ଗୁଡ଼ିକ ଲିକ୍ ହୋଇଯାଉଛି। ବିଭାଗୀୟ ଅଧିକାରୀମାନେ ତୁରନ୍ତ ଏଥିପ୍ରତି ଦୃଷ୍ଟିଦେବାକୁ ତିରିମଲ ବେଣାପଞ୍ଜୁରୀ, ବିଶିଆପଡା, ବେଗୁନିଆପଡା, କୁଆପଦା, ମୋଟରି, ଜଗଦଳପୁର ଆଦି ଗ୍ରାମବାସୀ ଦାବି କରିଛନ୍ତି।