ପୋଲସରାରେ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ

ପୋଲସରା,୧୮।୪: ଗଞ୍ଜାମ ଜିଲା ପୋଲସରା ବିଧାନସଭା ମଣ୍ଡଳୀର ପୋଲସରା ସ୍ଥିତ ଲିଙ୍ଗରାଜ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ୨୧୬ ନଂ ଆଦର୍ଶ ବୁଥରେ ଭୋଟରମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସକାଳେ ମକ ପୋଲ ପରେ ପରେ ଇଭିଏମ୍‌ରେ ଯାନ୍ତ୍ରିକ ତୃଟି ଦେଖାଯିବା ପରେ ମତଦାନ ବାଧାପ୍ରାପ୍ତ ହୋଇଥିଲା। ଫଳରେ ମତଦାତାଙ୍କ ଭିତରେ ଅସନ୍ତୋଷ ପରିଲକ୍ଷିତ ହୋଇଥିବା ଜଣାପପଡ଼ିଛି।