ନୂଆଦିଲ୍ଲୀ,୨୭ା୭(ପି.ଟି.): ଓଡିଶାର ଆଦିବାସୀ ଓ ସେମାନଙ୍କ ଜମିର ସୁରକ୍ଷା ପାଇଁ ଆନ୍ଧ୍ରପ୍ରଦେଶରେ ପୋଲାଭରମ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାକୁ ଶୁକ୍ରବାର ବିଜେଡି ଏମ୍ପି ସସ୍ମିତ ପାତ୍ର ରାଜ୍ୟ ସଭାରେ ଦାବି ଉପସ୍ଥାପନ କରିଛନ୍ତି। ଏହି ପ୍ରକଳ୍ପ ଯୋଗୁ ଓଡ଼ିଶାର ୫୯୧୯ ଆଦିବାସୀଙ୍କ ସମେତ ମୋଟ ୬୮୧୮ ଜଣ ପ୍ରଭାବିତ ହେବେ ବୋଲି ସସ୍ମିତ ଉଲ୍ଲେଖ କରିଥିଲେ। ପ୍ରକଳ୍ପକୁ ନେଇ ମାମଲା ଅଦାଲତରେ ବିଚାରାଧୀନ ଥିବା ସତ୍ତ୍ୱେ ନିର୍ମାଣ କାର୍ଯ୍ୟ ଜାରି ରହିଥିବା ସେ ଅଭିଯୋଗ କରିଥିଲେ। ପ୍ରକଳ୍ପ ଯୋଗୁ ଅନେକ ଗ୍ରାମବାସୀ ବିସ୍ଥାପିତ ହେବେ ବୋଲି ବିଜେଡି ଏମ୍ପି କହିଥିଲେ।