ପୋଲାଭରମ୍‌ ସିଇଓଙ୍କୁ ନଭେମ୍ବର ୭ରେ ଏନ୍‌ଜିଟିରେ ହାଜର ହେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୨୮।୯(ବ୍ୟୁରୋ): ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନଜିଟି) ଇନ୍ଦିରା ସାଗର ପୋଲାଭରମ ପ୍ରକଳ୍ପର ସିଇଓଙ୍କୁ ଆସନ୍ତା ନଭେମ୍ବର ୭ରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୋଲାଭରମ ପ୍ରକଳ୍ପ ପରିବେଶକୁ ବ୍ୟାପକ କ୍ଷତି ପହଞ୍ଚାଯାଉଛି ବୋଲି ଆଗତ ଅଭିଯୋଗ ନେଇ ଟ୍ରିବ୍ୟୁନାଲ ଏହି ନିର୍ଦ୍ଦେଶ ଦେଇଛନ୍ତି। ପୋଙ୍ଗୁଲେଟି ସୁଧାକର ରେଡ୍ଡି ଓ ପେଣ୍ଟାପତି ପୁଲା ରାଓ ପୋଲାଭରମ ପ୍ରକଳ୍ପରେ ପରିବେଶ ନିୟମ ଉଲ୍ଲଂଘନ ହେଉଛି ବୋଲି ଏନଜିଟି ନିକଟରେ ପିଟିଶନ ଦାଏର କରିଥିଲେ। ଜଷ୍ଟିସ ଆଦର୍ଶ କୁମାର ଗୋୟଲଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଦୁଇ ପିଟିଶନର ଶୁଣାଣି କରି ସିଇଓଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ କେନ୍ଦ୍ରୀୟ ପରିବେଶ ବିଭାଗକୁ ମଧ୍ୟ ଏନଜିଟି ପ୍ରଶ୍ନ କରିଛନ୍ତି। ସେମାନେ ପରିବେଶ ନିୟମ ଉଲଂଘନକାରୀଙ୍କ ଉପରେ କାହଁିକି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି।

Share