Categories: ଖେଳ

ପୋଲାର୍ଡଙ୍କୁ ଶୁଭେଚ୍ଛା ଜଣାଇଲା ମୁମ୍ବାଇ ଇଣ୍ଡିଆନ୍ସ

ବାରବାଡସ,୨୯।୫(ପିଟି)- ଇଣ୍ଡିଜ ଅଲରାଉଣ୍ଡର କିରନ ପୋଲାର୍ଡ ବୁଧବାର ୩ୟ ଥର ପାଇଁ ବାପା ହୋଇଛନ୍ତି। ଏ ସମ୍ପର୍କରେ ଇନ୍‌ଷ୍ଟାଗ୍ରାମରେ ଫଟୋ ଶେୟାର କରି ପୋଲାର୍ଡ ସୂଚନା ଦେଇଛନ୍ତି। ଏହି ଅବସରରେ ତାଙ୍କ ଆଇପିଏଲ ଦଳ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଶୁଭେଚ୍ଛା ଦିଆଯାଇଛି। ପୋଲାର୍ଡ ଓ ତାଙ୍କ ସ୍ତ୍ରୀ ଜେନ ଅଲିଙ୍କର ଆଗରୁ ଗୋଟିଏ ପୁଅ ଓ ଝିଅ ରହିଛନ୍ତି। ଉଲ୍ଲେଖଥାଉକି, ବିଶ୍ୱକପ୍‌ ଲାଗି ଘୋଷିତ୧୫ ଜଣିଆ ଓ୍ବେଷ୍ଟଇଣ୍ଡିଜ ଦଳରେ ପୋଲାର୍ଡଙ୍କୁ ସ୍ଥାନ ମିଳିନାହିଁ। ତେବେ ତାଙ୍କୁ ଷ୍ଟାଣ୍ଡବାଇ ଭାବେ ରଖାଯାଇଛି।

Share