ବରଗଡ଼ ଅଫିସ, ୧୯।୧: ବରଗଡ଼ ଜିଲାରେ ରବିବାର ପୋଲିଓ ଟିକାକରଣ ଚାଲିଛି। ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଜିଲା ମୁଖ୍ୟ ଚିକିତ୍ସାଳୟରେ ସକାଳ ୮ଟାରେ ଜଣେ ଶିଶୁଙ୍କୁ ପୋଲିଓ ବୁନ୍ଦା ଖୁଆଇ ଏହାର ଶୁଭାରମ୍ଭ କରିଥିଲେ। ଶୁଭାରମ୍ଭ ସମୟରେ ଜିଲା ମୁଖ୍ୟ ଡାକ୍ତରଖାନାର ସ୍ବାସ୍ଥ୍ୟ ଅଧିକାରୀ, କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ। ଜିଲାରେ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ର ସମେତ ବିଭିନ୍ନ ସ୍ଥାନରେ ପୋଲିଓ ଟିକାକରଣ କେନ୍ଦ୍ର ଖୋଲାଯାଇ ଥିବାବେଳେ ଜନ୍ମରୁ ୫ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ପୋଲିଓ ଟିକାଦାନ କରାଯାଉଛି।