Advertisement

ପୋଲିଓ ପୀଡ଼ିତଙ୍କୁ କାନ୍ଧରେ ବୋହି ୮ କିଲୋମିଟର ନେଲେ ଯବାନ

ଛତିଶଗଡ଼,୭।୬: ଛତିଶଗଡ଼ର ଗୁମୋଦି ଗାଁକୁ ସିଆରପିଏଫ୍‌ର ୨୩୧ ବାଟାଲିୟନ ଗୁରୁବାର ପେଟ୍ରୋଲିଂ ପାଇଁ ଯାଇଥିଲେ। ସେହି ସମୟରେ ଉକ୍ତ ଗାଁର ୧୩ ବର୍ଷର ଜଣେ ନାବାଳକ ପୋଲିଓରେ ପୀଡ଼ିତ ଥିବା ବେଳେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା। ଗୁମୋଦି ଗଁା ଦୁର୍ଗମ ଅଞ୍ଚଳ ହୋଇଥିବାରୁ ପାଖରେ କୌଣସି ହସ୍ପିଟାଲ ନ ଥିବା ବେଳେ ଚିକିତ୍ସା ପାଇଁ ସୁକମାର କୋଣ୍ଡାସାଭଲି ଯିବାକୁ ପଡ଼ିଥାଏ। ତେବେ ସିଆରପିଏଫ୍‌ ଯବାନ ଉକ୍ତ ଯୁବକଙ୍କୁ ଖଟରେ ବୋହି ଦୀର୍ଘ ୮ କିଲୋମିଟର ଚାଲି କୋଣ୍ଡାସାଭଲି ହସ୍ପିଟାଲକୁ ନେଇଥିଲେ। ସେଠାରେ ତାଙ୍କର ଚିକିତ୍ସା କରାଇଥିବା ବେଳେ ଏବେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ଅପରପକ୍ଷରେ ଯବାନଙ୍କ ଏଭଳି କାର୍ଯ୍ୟକୁ ସବୁ ମହଲରେ ପ୍ରଶଂସା କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share