ପୋଲିଓ ବୁନ୍ଦା ଖାଇଲେ ଶିଶୁ

ଚନ୍ଦ୍ରଗିରି,୧୯।୧(ଡି.ଏନ୍‌.ଏ.): ସମଗ୍ର ଭାରତକୁ ପୋଲିଓମୁକ୍ତ କରିବା ଉଦ୍ଦେଶ୍ୟରେ ଜନ୍ମରୁ ପାଞ୍ଚ ବର୍ଷ ଶିଶୁଙ୍କୁ ପୋଲିଓ ବୁନ୍ଦା ଖୁଆଯାଉଛି। ଏହି ପରିପ୍ରେକ୍ଷୀରେ ଗଜପତି ଜିଲା ମୋହନା ଅଞ୍ଚଳରେ ମଧ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପୋଲିଓ କେନ୍ଦ୍ରଗୁଡ଼ିକରେ ରବିବାର ଶିଶୁମାନଙ୍କୁ ପୋଲିଓ ବୁନ୍ଦା ଦିଆଯାଇଛି। ଏହି କାର୍ଯ୍ୟକ୍ରମ ୩ଦିନ ଧରି ଚାଲୁରହିବ। ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଶା ମ୍ୟାନେଜର ନାରାୟଣ ମଲ୍ଲିକ ଓ ଆଶା ପରାମର୍ଶଦାତା ସିଦ୍ଧାର୍ଥ ଦାସ ପୋଲିଓ କେନ୍ଦ୍ରଗୁଡ଼ିକ ବୁଲି ତଦାରଖ କରୁଛନ୍ତି। ପୋଲିଓ ବୁନ୍ଦାର ଉପକାରିତା ବିଷୟରେ ଲୋକମାନଙ୍କୁ ସଚେତନ କରିବା ସହ ପୁଣି ଯେଉଁ ଶିଶୁମାନେ ପୋଲିଓ ବୁନ୍ଦା ଖାଇ ନାହାନ୍ତି ସେମାନଙ୍କ ଘରକୁ ଯାଇ ପୋଲିଓ ବୁନ୍ଦା ଖୁଆଇବା ପାଇଁ ଆଶାକର୍ମୀ ଓ ଅଙ୍ଗନବାଡ଼ି କର୍ମୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।