ପୋଲିସ,ଏସଓଜି ସହ ବିଏସଏଫ ତିଆରି କଲେ: ହନ୍ତାଳଗୁଡାରୁ ଯୋଡ଼ାମ୍ବକୁ ରାସ୍ତା

ଚିତ୍ରକୋଣ୍ଡା,୧୫ା୧(ଡି.ଏନ.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ସ୍ବାଭିମାନ ଅଞ୍ଚଳର ବିଚ୍ଛିନାଞ୍ଚଳକୁ ପାହାଡ଼, ନଦୀ ଓ ଝରଣା ଘେରି ରହିଛି। ଉକ୍ତ ଅଞ୍ଚଳକୁ ରାସ୍ତା ନ ଥିବାରୁ ଯାତାୟାତ ପାଇଁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଜିଲା ପ୍ରଶାସନ ନିକଟରେ ଯାତାୟାତ ପାଇଁ ରାସ୍ତା କରିଛି। ତେବେ ଓଡିଶା ପୋଲିସ,ଏସଓଜି ଓ ବିଏସଏଫଙ୍କ ମିଳିତ ଉଦ୍ୟମରେ ହନ୍ତାଳଗୁଡାଠାରୁ ଯୋଡ଼ାମ୍ବ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯାଉଛି। ମାଲକାନଗିରି ଏସପି ଋଷିକେଶ ଡି. ଖିଲlରଙ୍କ ନିର୍ଦ୍ଦେଶରେ ପାପରମେଟଲା ଓଆଇସି ଲକ୍ଷ୍ମୀ ନାରାୟଣ ମୁଦୁଲିଙ୍କ ତତ୍ତ୍ୱାବଧାନରେ ୪ଟି ଜେସିବି ମେଶିନ ସହାୟତାରେ ପାହାଡ଼ କାଟି ରାସ୍ତା ଫିଟାଯାଉଛି। ପୋଲିସର ଏଭଳି କାମକୁ ସାଧାରଣରେ ପ୍ରଶଂସା କରାଯାଇଛି। ତେବେ ଗୁରୁପ୍ରିୟା ସେତୁ ଯୋଗୁ ରାସ୍ତା ତିଆରି ସଫଳ ହୋଇଛି।

Share