ପୋଲିସକର୍ମୀଙ୍କୁ ଆକ୍ରମଣ କଲେ ଆକ୍ରମଣକାରୀଙ୍କ ଉପରେ ଲାଗିବ ଏନ୍‌ଏସ୍‌ଏ: ଯୋଗୀ

ଲକ୍ଷ୍ନୌ,୩।୪: କରୋନା ଭାଇରସ୍‌ ସହ ମୁକାବିଲା ପାଇଁ ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏହି ସମୟରେ କେତେକ ସ୍ଥାନରେ ପୋଲିସକର୍ମୀ ଓ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣ ହେଉଥିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ପରେ ଏବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଡ଼ା ନିଷ୍ପତ୍ତି ନେଇଛନ୍ତି। ଯଦି ରାଜ୍ୟରେ କେହି ପୋଲିସକର୍ମୀ ଓ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣ କରନ୍ତି ତେବେ ଆକ୍ରମଣକାରୀଙ୍କ ଉପରେ ଜାତୀୟ ସୁରକ୍ଷା ଆଇନ(ଏନ୍‌ଏସ୍‌ଏ) ଲଗାଇଦିଆଯିବ। ଅର୍ଥାତ୍‌ ଆକ୍ରମଣକାରୀଙ୍କ ଉପରେ ଏନ୍‌ଏସ୍‌ଏ ଆଇନ୍‌ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସାଶନିକ ଅଧିକାରୀଙ୍କୁ ଯୋଗୀ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଶୁକ୍ରବାର ରାଜ୍ୟସରକାରଙ୍କ ପକ୍ଷରୁ ଏକ ନିର୍ଦ୍ଦେଶ ଜାରି କରାଯାଇଛି।

Share