ପୋଲିସକୁ କିଏ ଭଲପାଏ

ଝିଅ ବଡ଼ହେଲା ପରେ ବହୁଦିନ ହୋଇ ଗଲାଣି ।   ତଥାପି ସିଏ ଝିଅ ବାହାଘର ପାଇଁ ପ୍ରସ୍ତାବ ଖୋଜି ନ ଥିଲା ।  ନ ଖୋଜିବାର କାରଣଟି ହେଲା ଆଜିକାଲିକା ଝିଅ! ତା’ ପାଇଁ ପ୍ରସ୍ତାବ ଖୋଜିବା କି ଦରକାର! ସିଏ କ’ଣ ଆଜିଯାଏ କାହାକୁ ଭଲପାଇ ନ ଥିବ? ଏବେ ତ ସହଜେ ଝିଅସଂଖ୍ୟା ନ ମିଳିବାରୁ ଲୋକେ ବୋହୂଟିଏ ପାଇବାକୁ ବିକଳ ହେଉଛନ୍ତି ।  ଗୋଟେ ଗୋଟେ ଝିଅକୁ ଏକାଧିକ ପୁଅ ପ୍ରେମ କରୁଛନ୍ତି ।  ସେମିତି ତା’ ଝିଅ ଜଣକୁ ନିଶ୍ଚୟ ବାଛିଥିବ ବୋଲି ତାଆର ଦୃଢ ବିଶ୍ୱାସ ଥିଲା ।  ତାଆର ବିଶ୍ୱାସକୁ ଦୃଢୀଭୂତ କରିବା ପାଇଁ ଝିଅ ମଧ୍ୟ ଅଧିକାଂଶ ସମୟ ବାହାରେ ବୁଲୁଥିଲା ।  ବହୁ ଉପହାର ଧରି ଘରକୁ ଫେରୁଥିଲା ।  ଝିଅର ଲାଭଜନକ ବ୍ୟାପାରରେ ଯେବେ ମାନ୍ଦାବସ୍ଥା ଦେଖାଦେଲା, ଅଧିକାଂଶ ସମୟ ଘରେ ବସି ରହିଲା ।  ତା’ ଘରଣୀ ଏଥର ତା’ ଉପରେ ଅଧିକ ଚାପ ସୃଷ୍ଟିକଲା ।  କହିଲା- ଝିଅ ଘରେ ରହିଲେ ବାହା କରିଦେବା କଥା ା ଆମ ଝିଅ ତ ଏଥର ଘରେ ରହିଲାଣି, ଆଉ ବାହାରକୁ ଯାଉନି ା ଚାଲ ତାକୁ ଏଥର ବାହା କରିଦେବା!
ଝିଅ ବାହାଘର କଥା ଶୁଣି ତାଆର ନିଜର ପ୍ରଥମ ବାହାଘର କଥା ମନେପଡିଗଲା ା ହଁ, ଆପଣ ଜାଣି ନାହାନ୍ତି; ତାଆର ସର୍ବମୋଟ ଗୋଟିଏ ସ୍ତ୍ରୀ ା କିନ୍ତୁ ସିଏ ଦୁଇଥର ବାହା ହୋଇ ଯାଇଥିଲା ା ପ୍ରଥମ ଥର ଯେବେ ବାହା ହୋଇଗଲା, ବରଯାତ୍ରୀ ଧରି ରୋଶଣି କରି କନ୍ୟା ଦୁଆରେ ପହଞ୍ଚତ୍ଲା ବେଳକୁ ସବୁକିଛି ବିଗିଡିଗଲା ା
ସେତେବେଳକୁ ପ୍ରେମିକ ସାଥିରେ ମଙ୍ଗୁଳା କନ୍ୟା ଛୁ! ରାତାରାତି ଯୁଦ୍ଧକାଳୀନ ଭିତ୍ତିରେ କନ୍ୟାଟିଏ ଖୋଜାହେଲା ଆଉ ତା’ ପରଦିନ ବାହାଘର ହେଲା ା
ସେଇ ତାଆର ସ୍ତ୍ରୀ ଆଉ ତାଆରି ଔରସରୁ ଏଇ ଝିଅ ା ତେବେ ସିଏ ନିଜର ପ୍ରଥମ ବାହାଘର କଥା ମନେପକେଇବାର କାରଣ ହେଲା ସିଏ ଜାଣିବାକୁ ଚାହୁଁଥିଲା କି ଆଗ ଝିଅର ମନକଥା ବୁଝିବା ଦରକାର ା
ଝିଅ ଯଦି କାହାକୁ ପସନ୍ଦ କରିଥିବ, ସେଇଠି ବାହାଘର କରିଦେଲେ କାମ ଶେଷ ା ନଚେତ୍‌ ତା’ ଭଳି ଆଉ କିଏ ଗୋଟେ ଶିଶୁପାଳ ହୋଇ ଫେରିବ! ଝିଅକୁ ଏକାନ୍ତରେ ପଚାରିଲା- ଝିଅ ଲୋ ତୋ ପାଇଁ ପ୍ରସ୍ତାବ ଦେଖିବାକୁ ତୋ ମାଆ କହୁଛି ଯେ, ମୁଁ କହିଲି ଆଗ ତୋତେ ପଚାରି ବୁଝିବି, ତୋର କେହି ପସନ୍ଦ ଅଛି କି? ଝିଅ କହିଲା- ନାଇଁ, ଯାହାକୁ ପସନ୍ଦ କଲି ସବୁ ଗୁଡାକ ଧୋକ୍କାବାଜ୍‌ ା କିଏ ବାକି ପକେଇ ଦେଇ ତ କିଏ ମୋଠୁ ଧାର ନେଇ ଚାଲି ଯାଇଛନ୍ତି ା
ଝିଅଠାରୁ ସବୁଜ ଇଙ୍ଗିତ ପାଇଲା ପରେ ବନ୍ଧୁବାନ୍ଧବ ଓ ଆଧୁନିକ ଘଟସୂତ୍ର ଜରିଆରେ ବହୁ ପ୍ରସ୍ତାବ ଆସିଲା ା ନାନା ଛାନଭିନ୍‌ ପରେ ଶେଷକୁ ରହିଲା ଦୁଇଟି ପ୍ରସ୍ତାବ ା ଗୋଟିଏ ପୁଅ ପୋଲିସ ଆଉ ଗୋଟିଏ ପୁଅ ଚୋର ା ସିଏ କହିଲା ଯାହା ହେଉ ଆଉ କିଛି ଝିନ୍‌ଝଟ ହେବନି ା ଝିଅକୁ ପଦେ ପଚାରିଦେଲେ କାମ ଶେଷ ା ସିଏ ତ ପୋଲିସକୁ ବାଛିବ ହିଁ ବାଛିବ ା ବାସ୍‌ ସେଇଠି ବାହାଘରଟା କରିଦେବି ା
ମୋ ଜ୍ୱାଇଁ ପୋଲିସ ବୋଲି ଜାଣିଲେ କଲୋନିରେ ମୋର କାଟ୍‌ତିଟା ବି ବଢିଯିବ ା ଲୋକେ ମୋତେ ଭୟ କରିବେ ା କେହି ହଇରାଣ କରିବାକୁ ଦୁଃସାହସ କରିବେ ନାହିଁ ା ଗାଆଁରେ ଜମିବାଡି ମାପକୁ ନେଇ ଯେଉଁମାନେ ବିଶୃଙ୍ଖଳା କରୁଛନ୍ତି ଏଥର ଆପେ ବାଟକୁ ଆସିଯିବେ!!
ତା’ ଘରଣୀ ମଧ୍ୟ ମନେମନେ ଭାରି ଖୁସି ହେଲା ା
ମାଡାମ ଟିକେ ଆମିଷପ୍ରିୟ ା ଇଲିଶି ମାଛ ତାଙ୍କର ପ୍ରିୟ ା
ଚାକିରି କରିବ ପୋଲିସ, ମାଛ ଖାଇବ ଇଲିଶି କଥାଟି ସିଏ ଆଗରୁ ଶୁଣିଥିଲା ା ଆଗକୁ ବାରମ୍ବାର ଇଲିଶି ଖାଇବାର ସୁଯୋଗ ସୃଷ୍ଟି ହେବ ଭାବି ତା’ ପାଟିରୁ ଖାଲି ଲାଳ ବୋହିଲା ା ସ୍ବାମୀ-ସ୍ତ୍ରୀ ଦିହେଁ ଝିଅକୁ କହିଲେ- ତୁ ସେଇ ପୋଲିସ ପ୍ରସ୍ତାବରେ ରାଜି ତ? ସେମାନଙ୍କର କଥା ଶୁଣି ଝିଅ ମୁହଁ ଶୁଖେଇ ମୁଣ୍ଡ ହଲେଇ ନାସ୍ତିକରି କହିଲା- ନାଇଁ ପୋଲିସ ନୁହେଁ, ମୁଁ ସେଇ ଚୋରକୁ ହିଁ ବାହା ହେବି! ଝିଅ କଥା ଶୁଣି ଦିହିଁକର ହାଲତ ଖରାପ ା ତା’ ଘରଣୀ ତ ମୁଣ୍ଡ ବୁଲେଇ ତଳେ ଶୋଇଗଲା ା ସିଏ ପାଣିି ଛିଞ୍ଚତ୍ ଚେତା କଲା, ପରେ ଘରଣୀ ତାଆର ବୋବଳି ଛାଡିଲା- ମୋ ହିରୋଇନୀ ପରି ଝିଅକୁ କିଏ ଗୁଣି କରି
ଦେଲା ଲୋ…! ଏ ଦୃଶ୍ୟ ଦେଖି ଝିଅ ସେମାନଙ୍କୁ ବୁଝେଇବାକୁ ଚେଷ୍ଟାକରି କହିଲା- ଦେଖ ତମମାନଙ୍କ ପରି ମୁଁ ବି ମନେମନେ ସେଇ ପୋଲିସକୁ ବାହା ହେବାକୁ ଠିକ୍‌ କରିଥିଲି ା
କିନ୍ତୁ ମୁଁ ଏ ବିଷୟରେ ଅନୁସନ୍ଧାନ କରି ଜାଣିଲି କି ପୋଲିସ ହେବା ଭାରି କଷ୍ଟକର ା ପୋଲିସ ଚାକିରିରେ ଖାଲି ଡ୍ୟୁଟି ଆଉ ଡ୍ୟୁଟି ା ଯେତେ କାମ କଲେ ମଧ୍ୟ ଲୋକଙ୍କର ପୋଲିସ ପ୍ରତି ଶ୍ରଦ୍ଧା ନାହିଁ ା ଏଇ ଦେଖୁନ କରୋନାରୁ ଲୋକଙ୍କୁ ଦୂରେଇବା ପାଇଁ ପୋଲିସ କେତେ ଚେଷ୍ଟା କରୁଛି, ଲୋକେ କିନ୍ତୁ ତାକୁ ଓଲଟା ବୁଝୁଛନ୍ତି ା ସହରରେ ରହିଲେ ନେତା ଭୟ, ଜଙ୍ଗଲରେ ରହିଲେ ମାଓବାଦୀ ଭୟ ା କୋମଳତାବିହୀନ ପରିବେଶରେ ରହି ସ୍ବଭାବ କଠୋର ପାଲଟି ଯିବ ା ଭାଷାରେ ସଂଯମତା ରଖିବା ଆଉରି କଷ୍ଟକର ହେବ ା ଯୋଉଠି ଯାହା ହେଲେ ଲୋକେ କହିବେ- ପୋଲିସ ମାଇଚିଆ, ପୋଲିସ ଅପାରଗ, ପୋଲିସ ଛାଡିଦେଲା, ପୋଲିସ ଧରୁନି, ପୋଲିସ ଲାଞ୍ଚୁଆ ଇତ୍ୟାଦି ଇତ୍ୟାଦି ା
ତେଣୁ ପୋଲିସର ସ୍ତ୍ରୀ ହୋଇ ଏତେ ସବୁ ଅସୁବିଧାକୁ ବରଣ କରିବାକୁ ମୁଁ ଚାହେଁନି!
ମାଆ କହିଲା- ଝିଅ ପୋଲିସିଆ ଚେହେରା ା
ହିରୋ ଭଳିଆ ବରକୁ ଛାଡି ତୁ ସେ ଦୁର୍ବଳିଆ ଚୋରକୁ ବରିବୁ? ଝିଅ ଫେଁ କିନା ହସିଦେଇ କହିଲା- ପୋଲିସର ପେଟ ବଢିବ ହିଁ ବଢିବ ା ଚୋର କିନ୍ତୁ ଯେମିତି ସେମିତି, ସବୁବେଳେ ସ୍ଲିମ୍‌ ଟ୍ରିମ୍‌ ଥିବ ା ପୋଲିସର ମାଟିଆ ପୋଷାକକୁ ଚୋର ନାନା ଷ୍ଟାଇଲି ପିନ୍ଧି ପାରିବ, ଦାଢି ରଖି ପାରିବ ା ଦି’ ପ୍ରାଣୀ ପୁଣି ଝିଅକୁ ବୁଝେଇବାକୁ ଚେଷ୍ଟା କଲେ- ଦେଖ୍‌ ଝିଅ ତୁ ବୁଝୁନୁ କାହିଁକି ା
ପୋଲିସ ଚାକିରିରେ ରୋଜଗାର ଭଲ, ସିଏ ତୋତେ ସୁଖରେ ରଖିବ ା ଝିଅ କହିଲା- ତମେ ବୋଧେ ଜାଣିନ ଆଜିକାଲି ପୋଲିସ ଅପେକ୍ଷା ଚୋରଙ୍କର ରୋଜଗାର ବେଶି ା
ତା’ ଛଡା ପୋଲିସର ଭବିଷ୍ୟତ ନାହିଁ ା ଆଜୀବନ ପୋଲିସ ହୋଇ ରହିବ ା ଚୋରର କିନ୍ତୁ ଫ୍ୟୁଚର ଲମ୍ବା ା ଚୋର ସହଜରେ ନେତା ହୋଇଯାଇପାରିବ ା ସେମାନେ ଝିଅର ଜିଦି ଦେଖି ମନେ ମନେ ସ୍ଥିର କଲେ ଝିଅକୁ ବାହା କରିବାନି, ସେ ଚୋର ତାକୁ ଚୋରି କରି ନେଉ!!
ମାର୍ଫତ- ଗାନ୍ଧୀ ପଣ୍ଡା, କଳାଘର-ଲେମ୍ବୋ, ନରସିଂହପୁର, କଟକ
ମୋ: ୮୮୯୫୮୨୫୮୬୩
ଇମେଲ୍‌: dr.kulangar@gmail.com