Categories: ଜାତୀୟ

ପୋଲିସକୁ ଝଟକା, ଓକିଲଙ୍କ ଉପରେ ନିଆଯିବନି କାର୍ଯ୍ୟାନୁଷ୍ଠାନ: ହାଇକୋର୍ଟ

ନୂଆଦିଲ୍ଲୀ,୬।୧୧: ଦିଲ୍ଲୀରେ ପୋଲିସ ଓ ଓକିଲଙ୍କ ବିବାଦ ଥମିବାର ନାଁ ନେଉନି। ତିସ୍‌ ହଜାରୀ ହିଂସା ମାମଲାରେ ବୁଧବାର ହାଇକୋର୍ଟରୁ ପୋଲିସକୁ ଆଉ ଏକ ଝଟକା ଲାଗିଛି। ପୋଲିସ ଓ ଓକିଲଙ୍କ ବିବାଦ ମାମଲାରେ ଦିଲ୍ଲୀ ହାଇକୋର୍ଟ ପୂର୍ବ ରାୟକୁ କାଏମ ରଖିଛନ୍ତି। ଓକିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇବା ସହ ପୋଲିସର ଦ୍ୱିତୀୟ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ପୋଲିସ ଓ ଗୃହ ମନ୍ତ୍ରଣାଳୟ ଦ୍ୱାରା ଦାଖଲ ହୋଇଥିବା ପୁନର୍ବିଚାର ଆବେଦନ ଉପରେ ଶୁଣାଣି କରି କୋର୍ଟ ଏହି ରାୟ ଶୁଣାଇଛନ୍ତି। କେବଳ ସେତିକି ନୁହେଁ, ସାକେତ କୋର୍ଟ ମାମଲାରେ ମଧ୍ୟ ସଂପୃକ୍ତ ଓକିଲଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାକୁ କୋର୍ଟ ଖାରଜ କରିଦେଇଛନ୍ତି।

Share