Categories: ଜାତୀୟ

ପୋଲିସକୁ ସଫଳତା: ସୁକମାରେ ଲକ୍ଷେ ଟଙ୍କିଆ ମାଓବାଦୀ ମୃତ

ସୁକମା,୨୭।୬: ଛତିଶଗଡ଼ର ସୁକମା ଜିଲାରେ ଗୁରୁବାର ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଲକ୍ଷେ ଟଙ୍କା ମୁଣ୍ଡ ଜାମିନ ଘୋଷଣା ଥିବା ମାଓବାଦୀଙ୍କ ମୃତ୍ୟୁ ହୋଇଛି ବୋଲି ଜଣାପଡିଛି। ମୃତ ମାଓବାଦୀ ହେଲେ ବଞ୍ଜାମ ବୁଦ୍ଧୁ। ସେ ନିଲାମାଡଗୁ ଆର୍‌ସିପି(ରିଭୋଲ୍ୟୁସନାରୀ ପିପୁଲ୍ସ କମିଟି)ର ମୁଖ୍ୟ ଓ ଜାନ ମିଲିଟିଆର କମାଣ୍ଡର ଥିଲେ। ଏସ୍‌ପି ଶଲଭ ସିହ୍ନା ସୂଚନା ଦେଇଛନ୍ତି, ସୁକମା ଜିଲାର ମୁରଲିଗାଡା ଓ ଅଟକଲ ମଧ୍ୟରେ ଥିବା ଜଙ୍ଗଲରେ ମାଓବାଦୀ ଥିବା ଗୁରୁବାର ସକାଳେ ସୂଚନା ମିଳିଥିଲା। ଏହାପରେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନ କରିବାରୁ ଲକ୍ଷେ ଟଙ୍କିଆ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା।

Share