ପୋଲିସକୁ ୫୦ହଜାର ଟଙ୍କା ଦାନ କଲେ ୩ବର୍ଷର ବାଳକ

ମୁମ୍ବାଇ,୧୩।୫: ସାରା ଦେଶରେ କରୋନା ଭାଇରସ୍‌ ପ୍ରକୋପ ଜାରି ରହିଛି। କରୋନା ମୁକାବିଲା ପାଇଁ ସରକାରଙ୍କୁ ସବୁ ବର୍ଗର ଲୋକେ ସହାୟତାର ହାତ ବଢ଼ାଉଛନ୍ତି। ଇତିମଧ୍ୟରେ ଜଣେ ୩ ବର୍ଷର ବାଳକ ନିଜେ ଆୟ କରିଥିବା ୫୦ହଜାର ଟଙ୍କାକୁ ମୁମ୍ବାଇ ପୋଲିସକୁ ଦାନ କରିଥିବା ଜଣାପଡ଼ିଛି। ଏହି ଖବର ସାମ୍ନାକୁ ଆସିବା ପରେ ଏବେବାଳକ ଜଣଙ୍କ ସୋସିଆଲ ମିଡିଆରେ ସେନ୍‌ସେଶନ୍‌ ପାଲଟିଛନ୍ତି। ସୂଚନାଯୋଗ୍ୟ, କବିର ନାମକ ଜଣେ ୩ ବର୍ଷର ବାଳକ କପ୍‌ କେକ୍‌ ତିଆରି କରି ୫୦ ହଜାର ଟଙ୍କା ଆୟ କରିଥିଲେ। କରୋନା ସହାୟତା ପାଇଁ କବିର ମା’ ବାପାଙ୍କ ସହ ମଙ୍ଗଳବାର ମୁମ୍ବାଇ ପୋଲିସ ମୁଖ୍ୟାଳୟକୁ ପହଞ୍ଚିଥିଲେ। ସେଠାରେ ସେ ପୋଲିସ କମିଶନରଙ୍କୁ ଏହି ରାଶି ପ୍ରଦାନ କରିଥିଲେ। ଏନେଇ ମୁମ୍ବାଇ ପୋଲିସ ଟୁଇଟ କରି ସୂଚନା ଦେବା ସହ କବିରଙ୍କ ଏଭଳି କାର୍ଯ୍ୟକୁ ବେଶ୍‌ ପ୍ରଶଂସା କରାଯାଇଛି। ତେବେ ମୁମ୍ବାଇ ପୋଲିସର ଏହି ଟୁଇଟକୁ ଏପର୍ଯ୍ୟନ୍ତ ୪ଶହରୁ ଊର୍ଦ୍ଧ୍ୱ ୟୁଜର୍ସ ଲାଇକ୍ସ କରିବା ସହ କମେଣ୍ଟ ଦେଇଛନ୍ତି।

Share