ପୋଲିସର ଜୁଆଖେଳ ଭିଡିଓ ଭାଇରାଲ, ନିଲମ୍ବିତ କଲେ ଏସ୍‌ପି

ବୁଗୁଡା,୧୦ା୧୦(ଡି.ଏନ.ଏ.)- ପରମ୍ପରା ନଁାରେ ପାର୍ବଣରେ ଚାଲିଛି ଜୁଆଖେଳ। ସର୍ବସ୍ବ ହରାଉଛନ୍ତି ଜୁଆଡି। ଏହା ଉପରେ ରୋକ ଲଗାଇବାକୁ ବିଭିନ୍ନ ସମୟରେ ପୋଲିସ ଚଢାଉ କରି ଲକ୍ଷାଧିକ ଟଙ୍କା ଜବତ କରିବା ସହ ଜୁଆଡିଙ୍କୁ ଗିରଫ କରୁଛି। ମାତ୍ର ଗଞ୍ଜାମ ଜିଲା ବୁଗୁଡା ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ କନଷ୍ଟେବଳ ଜୁଆ ଖେଳୁଥିବା ଭିଡିଓ ଭାଇରାଲ ପରେ ଏସ୍‌ପି ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ସେ ହେଲେ ବୁଗୁଡା ଥାନାର କନଷ୍ଟେବଳ କାଳୁଚରଣ ପାଢ଼ୀ।
ପ୍ରକାଶ ଯେ, କନଷ୍ଟେବଳ କାଳୁ ଜୁଆ ଖେଳୁଥିବାର ଏକ ଭିଡିଓ ଗୁରୁବାର ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ତାଙ୍କ ଘର ପୋଲସରା ଥାନା କଣିହାପଲ୍ଲୀ ଗ୍ରାମରେ। ସେ ବର୍ତ୍ତମାନ ବୁଗୁଡା ଥାନାରେ କାର୍ଯ୍ୟରତ। ବୁଧବାର ତାଙ୍କ ନିଜ ଗ୍ରାମ କଣିହାପଲ୍ଲୀରେ ଅନ୍ୟମାନଙ୍କ ସହ ବିନା ୟୁନିଫର୍ମରେ ଜୁଆ ଖେଳୁଥିଲେ। ଏହି ସମୟରେ କେହି ଜଣେ ଭିଡିଓ ଉତ୍ତୋଳନ କରି ଗୁରୁବାର ସୋସିଆଲ ମିଡିଆରେ ଛାଡିଦେଇଥିଲା। ପରେ ଏହା ଭାଇରାଲ ହୋଇଯାଇଥିଲା। ଗୁରୁବାର ସନ୍ଧ୍ୟାରେ ତାଙ୍କୁ ଛତ୍ରପୁର ଏସ୍‌ପି ବ୍ରିଜେଶ କୁମାର ରଏ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ଏଥିସହ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଯୋଗାଯୋଗ ବେଳେ କହିଛନ୍ତି। ଘଟଣାର ତଦନ୍ତ ପାଇଁ ଭଞ୍ଜନଗର ଏସ୍‌ଡିପିଓଙ୍କୁ ଦାୟିତ୍ୱ ଦିଆଯାଇଛି। ରାଜ୍ୟ ସରକାରଙ୍କ ୫-ଟିର ସଦୁପଯୋଗ କରିବାକୁ ଗୁରୁତ୍ୱ ଦେଉଥିବାବେଳେ ଜଣେ ପୋଲିସ କର୍ମଚାରୀଙ୍କ ଏଭଳି ଜୁଆଖେଳ ପୋଲିସ ପ୍ରଶାସନର ଚିନ୍ତା ବଢାଇ ଦେଇଥିବାବେଳେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
((((((ଫଟୋ-ବିଏମ-୧୦-୫- କନଷ୍ଟେବଳ କାଳୁ ଜୁଆ ଖେଳୁଛନ୍ତି।

Share