Categories: ମେଟ୍ରୋ

ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ସାମାଜିକ କର୍ମୀଙ୍କ ଧାରଣା

କୃଷ୍ଣପ୍ରସାଦ,୧୬।୭(ଡି.ଏନ.ଏ.)- ପୋଲିସର ନିଷ୍କ୍ରିୟତା ବିରୋଧରେ କୃଷ୍ଣପ୍ରସାଦ ଅଞ୍ଚଳର ସାମାଜିକ କର୍ମୀ ତଥା ପୁରୀ ଜିଲା ୯ ନମ୍ବର ଜୋନ୍‌ ଜିଲା ପରିଷଦ ସଭ୍ୟା ପ୍ରଭାତି ପ୍ରଧାନ ସୋମବାର କୃଷ୍ଣପ୍ରସାଦ ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି। କହ୍ନେଇପୁର ଗଁା ଗୋଷ୍ଠୀ ସଂଘର୍ଷର ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ ପାଇଁ ସେ ଦାବି କରିଛନ୍ତି।
ପ୍ରକାଶ ଯେ, କୃଷ୍ଣପ୍ରସାଦ ବ୍ଲକ କହ୍ନେଇପୁର ଗାଁରେ ଗତ ୭ ତାରିଖରେ ୨ ଗୋଷ୍ଠୀ ବିବାଦ ଲାଗି ବୋମାମାଡ଼ ହୋଇଥିଲା । ଏଥିରେ ଉଭୟ ଗୋଷ୍ଠୀରୁ ୧୧ ଆହତ ହୋଇଥିଲେ। ଏ ନେଇ ଉଭୟ ପକ୍ଷରୁ କୃଷ୍ଣପ୍ରସାଦ ଥାନାରେ ଅଭିଯୋଗ ହୋଇଛି ା ଥାନାରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ପୋଲିସ ଏଯାଏଁ କାହାରିକୁ ଗିରଫ କରିନାହିଁ। ତେଣୁ ପୋଲିସର ନିଷ୍କ୍ରିୟତା ବିରୋଧରେ ସାମାଜିକ କର୍ମୀ ପ୍ରଧାନ ଥାନା ସମ୍ମୁଖରେ ପ୍ଲାକାର୍ଡ ଧରି ଧାରଣାରେ ବସିଛନ୍ତି ା କିଛିମାସ ଧରି ପୋଲିସର ନିଷ୍କ୍ରିୟତା ଯୋଗୁ କୃଷ୍ଣପ୍ରସାଦ ଥାନା ଅଞ୍ଚଳରେ ଆଇନଶୃଙ୍ଖଳା ବିପଯର୍‌ୟସ୍ତ ହୋଇପଡିଛି ା ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ ନ କରିବା ଯାଏଁ ସେ ଥାନା ସମ୍ମୁଖରେ ଧାରଣାରେ ବସି ରହିବେ ବୋଲି ପ୍ରକାଶ କରିଛନ୍ତି।

Share