Categories: ଜାତୀୟ

ପୋଲିସର ସାହସିକତାକୁ ପ୍ରଶଂସା କଲେ ମୋଦି

ନୂଆଦିଲ୍ଲୀ,୨୨ା୧୦(ପି.ଟି.): ଜାତୀୟ ପୋଲିସ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଷ୍ଟକର ପରିବେଶରେ କାର୍ଯ୍ୟ କରୁଥିବା ପୋଲିସ କର୍ମଚାରୀମାନଙ୍କ ସାହସିକତାକୁ ଉଚ୍ଚ ପ୍ରଶଂସା କରିଛନ୍ତି। ପୋଲିସ ବଳ ଓ ସେମାନଙ୍କ ପରିବାରକୁ ସାଲ୍ୟୁଟ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିବା ସହ କର୍ତ୍ତବ୍ୟରେ ଥାଇ ଶହୀଦ ହେଉଥିବା ପୋଲିସଙ୍କ ପାଇଁ ଦେଶ ଗର୍ବିତ ବୋଲି କହିଛନ୍ତି। ୧୯୫୯ର ଆଜିର ଦିନରେ ଚାଇନା ଆକ୍ରମଣରେ ଲଦାଖରେ ୧୦ ପୋଲିସ ପ୍ରାଣ ହରାଇଥିଲେ। ଏହାକୁ ମନେ ରଖିବା ପାଇଁ ପ୍ରତିବର୍ଷ ଉକ୍ତ ଦିନକୁ ପୋଲିସ ସ୍ମରଣୋତ୍ସବ ଦିବସ ଭାବେ ପାଳନ କରାଯାଇଥାଏ। ପୋଲିସଙ୍କୁ କାର୍ଯ୍ୟ କରିବା ଲାଗି ଉତ୍ତମ ପରିବେଶ ଯୋଗାଇ ଦିଆଯିବା ସହ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସୁବିଧା ସୁନିଶ୍ଚିତ କରିବା ଲାଗି ପଦକ୍ଷେପ ନିଆଯିବ ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହ କହିଛନ୍ତି। ପ୍ରତି ଲକ୍ଷେ ଲୋକରେ ୨୨୨ ପୋଲିସଙ୍କ ଆବଶ୍ୟକସ୍ଥଳେ ୧୪୪ ଜଣ ସେହି କାର୍ଯ୍ୟ ତୁଲାଉଛନ୍ତି। ସେଥିପାଇଁ ୯୦ ଭାଗ ପୋଲିସଙ୍କୁ ୧୨ ଘଣ୍ଟାରୁ ଅଧିକ କାର୍ଯ୍ୟ କରିବାକୁ ପଡୁଛି ଓ ତିନିଚତୁର୍ଥାଂଶ ସାପ୍ତାହିକ ଛୁଟି ନେଇପାରୁନାହାନ୍ତି ବୋଲି ଶାହ କହିଥିଲେ।

Share