ପୋଲିସ୍‌ ଏନ୍‌କାଉଣ୍ଟର: କୁଖ୍ୟାତ ଅପରାଧୀ କାବୁଲ ଆହତ

ଜୟପୁର, ୧୭।୭(ନି.ପ୍ର.): କୋରାପୁଟ ଜିଲା ଜୟପୁରସ୍ଥିତ ହାତୀଶାଳ ଛକରେ ବୁଧବାର ଭୋରରେ ପୋଲିସ ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ତଥା ଗଞ୍ଜେଇ ମାଫିଆ କାବୁଲ ଖରା ଆହତ ହୋଇଛନ୍ତି। ତାଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଛି। ଚିକିତ୍ସା ପାଇଁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କ ନିକଟରୁ ୭ ଏମ୍‌ଏମ୍‌ ପିସ୍ତଲ ସହ ଜୀବନ୍ତ ଗୁଳି ଓ କାର ଜବତ କରାଯାଇଛି। ତାଙ୍କ ନାମରେ ଜୟପୁର ଟାଉନ, ଜୟପୁର ସଦର, ବୋରିଗୁମ୍ମା ଓ ନବରଙ୍ଗପୁର ଥାନାରେ ମାମଲା ରହିଛି।
ପ୍ରକାଶ ଯେ, କାବୁଲ ହାତୀଶାଳ ଛକରେ ଥିବାନେଇ ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ପୋଲିସ ସେଠାରେ ପହଞ୍ଚି ତାଙ୍କୁ ଧରିବାକୁ ଉଦ୍ୟମ କରିଥିଲା। ତେବେ କାବୁଲ ପୋଲିସ ଉପରକୁ ଗୁଳି ଚାଳନା କରିଥିଲେ। ଏହାର ଜବାବରେ ପୋଲିସ ତାଙ୍କ ଉପରକୁ ପାଲଟା ଗୁଳି ଚାଳାଇଥିଲା। ଏଥିରେ କାବୁଲ ଆହତ ହୋଇଛନ୍ତି।

Share