ପୋଲିସ ଇନ୍‌ଫର୍ମର ସନ୍ଦେହ : ସାପ୍ତାହିକ ବଜାରରେ ଠିକାଦାରଙ୍କୁ ହତ୍ୟା

ଲାଞ୍ଜିଗଡ଼,୨୨।୭(ଡି.ଏନ.ଏ.) : କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ପାହାଡ଼ପଦରରେ ରବିବାର ଦିନ ଦ୍ୱିପ୍ରହରରେ ଜନଗହଳିପୂର୍ଣ୍ଣ ବଜାରରେ ଜଣେ ଠିକାଦାରଙ୍କୁ ଗୁଳିକରି ମାଓବାଦୀମାନେ ହତ୍ୟା କରିଛନ୍ତି। ମୃତକ ହେଲେ ବୋରପଦର ଗଁାର ଠିକାଦାର ରାଜେନ୍ଦ୍ର ସାହୁ। ଏହି ଘଟଣା ପରେ ସେହି ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ଦିନ ତମାମ ମୃତଦେହ ପଡି ରହିଥିଲେ ମଧ୍ୟ ପୋଲିସ ସେଠାରେ ପହଞ୍ଚତ୍ ନାହିଁ।
ମିଳିଥିବା ସୂଚନା ଅନୁଯାୟୀ, ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ପାହାଡ଼ପଦରରେ ରବିବାର ସାପ୍ତାହିକ ବଜାର ଥିବାରୁ ପ୍ରବଳ ଜନଗହଳି ହୋଇଥିଲା। ମଧ୍ୟାହ୍ନ ସାଢେ ୧୨ଟାରେ ବୋରପଦର କେନ୍ଦୁଝର ଗାଁର ଠିକାଦାର ସାହୁ ତାଙ୍କ ବାଇକରେ ପାହାଡ଼ପଦର ସାପ୍ତାହିକ ହାଟକୁ ଯାଇ ସଉଦା କିଣୁଥିଲେ। ଏହି ସମୟରେ ୨ ଜଣ ପୁରୁଷ ମାଓବାଦୀ ତାଙ୍କ ପାଖକୁ ଆସିଥିଲେ। ଛତା ଭିତରେ ଲୁଚାଇ ରଖିଥିବା ୯ ଏମ୍‌ଏମ୍‌ ପିସ୍ତଲରେ ଅତି ପାଖରୁ ତାଙ୍କୁ ଗୁଳି କରି ଚାଲିଯାଇଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। ପିଠି ଓ ପେଟ ତଥା ମୁଣ୍ଡରେ ଗୁଳି ବାଜିବା ପରେ ଘଟଣାସ୍ଥଳରେ ହିଁ ରାଜେନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା। ମୃତଦେହ ପାଖରେ ଏକ ପୋଷ୍ଟର ଓ ୯ ଏମ୍‌ଏମ୍‌ ପିସ୍ତଲ ଗୁଳିର ଖୋଳ ପଡିଛି। ହଠାତ୍‌ ଗୁଳି ଶବ୍ଦ ଶୁଣି ସପ୍ତାହିକ ବଜାର କିଛି ସମୟ ମଧ୍ୟରେ ଜନଶୂନ୍ୟ ହୋଇଯାଇଥିଲା। ଲୋକଙ୍କୁ ଭୟଭୀତ ନ ହେବା ପାଇଁ କହି ମାଓବାଦୀମାନେ ସେହି ଜାଗା ଛାଡ଼ି ଚାଲିଯାଇଥିଲେ। ଏ ସମ୍ପର୍କରେ ପରିବାର ଲୋକେ ବିଜେପୁର ଥାନାରେ ଅଭିଯୋଗ କରିଥିଲେ ହେଁ ପୋଲିସ ପହଞ୍ଚତ୍ବାରେ ବିଳମ୍ବ ହୋଇଥିଲା। ଏହାପରେ କେସିଙ୍ଗା ଏସ୍‌ଡିପିଓ ଗୁପ୍ତେଶ୍ୱର ଭୋଇ ଘଟଣାର ତଦନ୍ତ ପାଇଁ ବିଜେପୁର ସିଆର୍‌ପିଏଫ୍‌ କ୍ୟାମ୍ପ୍‌ରେ ପହଞ୍ଚତ୍ଥିବା ଜଣାପଡିଛି। ପାଖରେ ପଡିଥିବା ପୋଷ୍ଟରରେ ମାଓବାଦୀ କମ୍ୟୁନିଷ୍ଟ ପାର୍ଟି ରାୟଗଡା ଏରିଆ କମିଟି ବୋଲି ଲେଖାଯାଇଛି। ବାରମ୍ବାର ଚେତାବନୀ ଓ ପ୍ରଜାକୋର୍ଟ୍‌ରେ ବିଚାର ପାଇଁ ହାଜର ନ ହେବାରୁ ପିଏଲ୍‌ଜିଏ ଦ୍ୱାରା ତାଙ୍କୁ ମୃତ୍ୟୁଦଣ୍ଡ ଦିଆଗଲା ବୋଲି ଉଲ୍ଲେଖ ରହିଛି ା