ପୋଲିସ ଉପରେ ଆକ୍ରମଣ: କଟିଲା ଏଏସ୍‌ଆଇଙ୍କ ହାତ

ଚଣ୍ଡିଗଡ଼,୧୨।୪: କରୋନା ଭାଇରସକୁ ନେଇ ପଞ୍ଜାବ ସରକାର ରାଜ୍ୟରେ ଲକ୍‌ଡାଉନ ସହ କର୍ଫ୍ୟୁ ଘୋଷଣା କରିଛନ୍ତି। ଏହି ସମୟରେ ବାହାରକୁ ବାହାରିବାରେ କଟକଣା ରହିଛି। ହେଲେ ରବିବାର ସକାଳୁ ଜଣେ ବ୍ୟକ୍ତି ପରିବା କିଣିବା ପାଇଁ ଆସିଥିବା ବେଳେ ପୋଲିସ ତାଙ୍କୁ କର୍ଫ୍ୟୁ ପାସ୍‌ ମାଗିଥିଲା। ଏତିକିରେ ଉତ୍‌କ୍ଷିପ୍ତ ହୋଇ କେତେଜଣ ‘ନିହାଙ୍ଗ ଶିଖ’ ପୋଲିସ ଉପରକୁ ଆକ୍ରମଣ କରିଥିଲେ। ପୋଲିସ ଏହାର ପାଲଟା ଯବାବ ଦେଇଥିଲେ ବି ଜଣେ ଏଏସ୍‌ଆଇଙ୍କ ହାତ କଟିଯାଇଥିବା ଜଣାପଡିଛି। ଏଥିରେ ଅନ୍ୟ ଆହତ ପୋଲିସଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତ କରାଯାଇଥିବା ବେଳେ ୭ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଜଣାପଡିଛି।

Share