ପୋଲିସ ଏନ୍‌କାଉଣ୍ଟରରେ ଜଣେ ଡକାୟତ ଗୁରୁତର, ୩ ଫେରାର, ମାରଣାସ୍ତ୍ର ସହ ଗାଡ଼ି ଜବତ

କେନ୍ଦ୍ରାପଡ଼ା ଅଫିସ/ ଆଳି,(ଡି.ଏନ୍‌.ଏ.), ୨୮ା୯: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଗରାପୁର ଛକଠାରେ ଶନିବାର ଭୋରରେ ଜିଲା ପୋଲିସ ଏନ୍‌କାଉଣ୍ଟରରେ ଜଣେ ଡକାୟତ ଗୁରୁତର ଆହତ ହୋଇଛନ୍ତି। ଅନ୍ୟ ୩ ଜଣ ଫେରାର ହୋଇଯାଇଥିବା ଜଣାପଡିଛି। ଗୁରୁତର ଡକାୟତ ହେଲେ ମାର୍ଶାଘାଇ ଥାନା ଅନ୍ତର୍ଗତ ଜୁଣ ଗ୍ରାମର ହୃଷୀକେଶ ମଲ୍ଲିକ। ତାଙ୍କ ବାମ ଗୋଡ଼ ପାଦ ଓ ଡାହାଣ ଗୋଡ଼ ଆଣ୍ଠୁ ତଳକୁ ଗୁଳି ବାଜିଛି ା
ସୂଚନା ଅନୁଯାୟୀ, ଆଳି ଥାନା କଣ୍ଡିଆ ଫାଣ୍ଡି ଅଧୀନ ଜୁଆଣିଆ ଗ୍ରାମର ନବଘନ ପରିଡାଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ୪ ଡକାୟତ ଡକାୟତି ପାଇଁ ଉଦ୍ୟମ କରିଥିଲେ। ସେମାନେ ଘରର ଗ୍ରୀଲ ଭାଙ୍ଗିବା ସହ ନବଘନ ଓ ତାଙ୍କ ସ୍ତ୍ରୀ ରନତ୍ମଣିଙ୍କୁ ନିର୍ଧୂମ ମାଡ ମାରିଥିଲେ। ତେବେ ଏହି ସମୟରେ ରତ୍ନମଣିଙ୍କ ପାଟିଶୁଣି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚତ୍ୟିବାରୁ ଡକାୟତମାନେ ଫେରାର ହୋଇଯାଇଥିଲେ। ଘଟଣା ସମ୍ପର୍କରେ ଆଳି ଥାନା ପୋଲିସ ଖବର ପାଇ ଗୁରୁତର ନବଘନ ଓ ରନତ୍ମଣିଙ୍କୁ ଉଦ୍ଧାରକରି ନିକଟସ୍ଥ ଆଳି ସିଏଚ୍‌ସିକୁ ନେଇଥିଲେ। ଏଥିସହ ଡକାୟତି ସମ୍ପର୍କରେ ଜିଲା ପୋଲିସକୁ ଜଣାଇଥିଲେ। ସଦର ପୋଲିସ, ସ୍ପେଶାଲ ସ୍କ୍ବାଡ୍‌ ଗରାପୁରଠାରେ ଏହି ଡକାୟତଙ୍କୁ ଦେଖି ରୋକିବାକୁ ଚେଷ୍ଟା କରିଥିଲା। ଫଳରେ ଡକାୟତ ଦଳ ଓ ପୋଲିସ ମଧ୍ୟରେ ମୁହଁାମୁହିଁ ହୋଇଥିଲା। ଅନ୍ୟ ଡକାୟତଙ୍କ ସମ୍ପର୍କରେ ଜିଲା ପୋଲିସ ତଦନ୍ତ ଆରମ୍ଭ କରିଛି। ସେମାନେ ବ୍ୟବହାର କରୁଥିବା ଇଣ୍ଡିଗୋ କାର ଓ ମାରଣାସ୍ତ୍ର ପୋଲିସ ଜବତ କରିଛି।

Share