ପୋଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ରାଉରକେଲା ଅଫିସ,୨୫।୭: ରାଉରକେଲା ଲାଠିକଟା ପୋଲିସ ବୁଧବାର ଜଣେ ଅପରାଧିଙ୍କୁ ଏନକାଉଣ୍ଟର କରିଛି। ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ମାଝି(୩୩)ଗୁରୁତର ଆହତ ହୋଇଛନ୍ତି। ସୁନିଲର ଡାହାଣ ଗୋଡରେ ଗୁଳି ବାଜିଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ସ୍ଥାନୀୟ ମେଡିକାଲ ଓ ପରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ସୁନୀଲ ନାଁରେ ବହୁ ସଙ୍ଗିନ ମାମଲା ଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ସୁନୀଲ ଲାଠିକଟା ନିକଟସ୍ଥ ସୁଈ ଡ଼ିହିରେ ସନ୍ଦିଗ୍ଧ ଭାବେ ବୁଲୁଥିଲେ। ପୋଲିସ ତାଙ୍କୁ ଅଟକାଇବାରୁ ସେ ଭୟଭୀତ ହୋଇ ଗୁଳିଚାଳନା କରିଥିଲେ। ଏହାପରେ ପୋଲିସର ମଧ୍ୟ ପାଲଟା ଆକ୍ରମଣ କରିଥିଲା। ଫଳରେ ପୋଲିସ ଗୁଳିରେ ସୁନୀଲ ଆହତ ହୋଇଥିଲେ।

Share