ପୋଲିସ ଏସ୍‌ଆଇଙ୍କ ସିଙ୍ଘମ୍‌ ଷ୍ଟାଇଲ୍‌ ପଡ଼ିଲା ମହଙ୍ଗା: ଗଣିଲେ ୫,୦୦୦ ଜରିମାନା

ଭୋପାଳ,୧୨।୫: ମଧ୍ୟପ୍ରଦେଶ ଦମୋହ ଜିଲାରେ ଜଣେ ପୋଲିସ ଏସ୍‌ଆଇଙ୍କୁ ସିଙ୍ଘମ୍‌ ଷ୍ଟାଇଲ୍‌ରେ ଭିଡ଼ଓ ଶୁଟିଂ କରିବା ମହଙ୍ଗା ପଡ଼ିଛି। ଏଥିପାଇଁ ପୋଲିସ ବିଭାଗ ପକ୍ଷରୁ ସମ୍ପୃକ୍ତ ଏସ୍‌ଆଇଙ୍କ ଉପରେ ୫,୦୦୦ଟଙ୍କା ଜରିମାନ ଦଣ୍ଡାଦେଶ କରାଯାଇଛି। ସ୍ଥାନୀୟ ନରସିଂହଗଡ଼ ପୋଲିସ ଥାନାରେ କାର୍ଯ୍ୟ କରୁଥିବା ଏସ୍‌ଆଇ ମନୋଜ ଯାଦବ ସିଙ୍ଘମ୍‌ ଷ୍ଟାଇଲ୍‌ରେ ୩୮ ସେକେଣ୍ଡର ଏକ ଭିଡ଼ିଓ ଶୁଟିଂ କରିଥିଲେ। ପରେ ଏହାକୁ ସୋସିଆଲ୍‌ ମିଡ଼ିଆରେ ଶେୟାର କରାଯାଇଥିଲା। ଭିଡ଼ିଓ ଭାଇରାଲ ହେବାପରେ ପୋଲିସ ବିଭାଗର ଗାରିମା ଉପରେ ଆଞ୍ଚ୍‌ ଆସୁଥିବାରୁ ସଗର ରେଞ୍ଜ୍‌ ପୋଲିସ ଆଇଜି ଅନୀଲ ଶର୍ମା ଏହାର ତଦନ୍ତ ପାଇଁ ଦମୋହ ଏସ୍‌ପି ହେମନ୍ତ ଚୌହ୍ବାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଘଟଣାର ତଦନ୍ତ କରାଯିବାପରେ ମନୋଜଙ୍କୁ ଜରିମାନା କରାଯିବା ସହିତ ଭବିଷ୍ୟତରେ ଏଭଳି ନ କରିବାକୁ ତାଗିଦ୍‌ କରାଯାଇଛି। ଭିଡ଼ିଓରେ ମନୋଜ ଦୁଇଟି ଚଳନ୍ତା କାର ଉପରେ ଠିଆ ହୋଇ ସିଙ୍ଘମ୍‌ ଷ୍ଟାଇଲ୍‌ରେ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳୁଛି।

Share