Categories: ଜାତୀୟ

ପୋଲିସ-ଓକିଲ ଗଣ୍ଡଗୋଳ: ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ,୩।୧୧: ଦିଲ୍ଲୀର ତିଶ ହଜାରୀ କୋର୍ଟ ପରିସରରେ ପୋଲିସ-ଓକିଲ ଗଣ୍ଡଗୋଳ ଏବଂ ପୋଡାଜଳା ଘଟଣାରେ ରବିବାର ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହୋଇଛି। କୋର୍ଟ ଦିଲ୍ଲୀ ପୋଲିସ ସ୍ବତନ୍ତ୍ର କମିଶନର ସଞ୍ଜୟ ସିଂହ ଏବଂ ଡେପୁଟୀ କମିଶନର ହରିନ୍ଦର ସିଂହଙ୍କର ବଦଳି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଏହି ମାମଲାର ତଦନ୍ତ ଦାୟିତ୍ୱ ପୂର୍ବତନ ବିଚାରପତି ଏସପି ଗର୍ଗଙ୍କୁ ଦିଆଯାଇଛି। ତଦନ୍ତ କାର୍ଯ୍ୟରେ ସିବିଆଇର ନିର୍ଦ୍ଦେଶକ କିମ୍ବା ସେହି ପାହ୍ୟାର ଜଣେ ନିର୍ଦ୍ଦେଶକ ସହଯୋଗ କରିବେ। ଆସନ୍ତା ୬ ସପ୍ତାହ ମଧ୍ୟରେ ଘଟଣାର ତଦନ୍ତ ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଓକିଲ ଏବଂ ପୋଲିସ କର୍ମଚାରୀଙ୍କ ମଧ୍ୟରେ ଦିଲ୍ଲୀ ହାଇକୋର୍ଟ ପରିସରରେ ଗଣ୍ଡଗୋଳ ହୋଇଥିଲା। ଏହି ଗଣ୍ଡଗୋଳରେ ପ୍ରାୟ ୧୦ ଜଣ ପୋଲିସକର୍ମୀ ଆହତ ହେବା ସହ ୧୭ଟି ଗାଡି ନଷ୍ଟ ହୋଇଥିବା ଜଣାପଡିଛି।

Share