ପୋଲିସ କମିଶନରଙ୍କ ସମସ୍ତ କୋର୍ଟ ବନ୍ଦ

ଭୁବନେଶ୍ୱର,୧୯।୩ (ବ୍ୟୁରୋ): ମହାମାରୀ କରୋନାର ସଫଳ ମୁକାବିଲା ପାଇଁ ପରସ୍ପରଠାରୁ ଦୂରତା ବଜାୟ ରଖିବା ଅତ୍ୟନ୍ତ ଜରୁରୀ। ଏହି ପରିପ୍ରେକ୍ଷୀରେ ପୋଲିସ କମିଶନରଙ୍କ ସମସ୍ତ କୋର୍ଟ ବନ୍ଦ ରଖିବା ପାଇଁ ବୁଧବାର ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ନିର୍ଦ୍ଦେଶ ଦେଇଛନ୍ତି। କରୋନା ବିପଦ ନ ଟଳିବା ପର୍ଯ୍ୟନ୍ତ କୌଣସି କୋର୍ଟ ବସିବ ନାହିଁ। କେବେଠାରୁ କୋର୍ଟ ଚାଲିବ ସେନେଇ ପରବର୍ତ୍ତୀ ସମୟରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି କମିଶନର ସୂଚନା ଦେଇଛନ୍ତି।
ପ୍ରିଭେଣ୍ଟିଭ୍‌ ପ୍ରସିଡିଂରେ ଯେଉଁମାନଙ୍କୁ ହାଜର ହେବା ପାଇଁ ନୋଟିସ କରାଯାଇଛି ସେମାନଙ୍କୁ କୋର୍ଟ ବନ୍ଦ ନେଇ ଡାକ ଦ୍ବାରା ସୂଚନା ଦିଆଯାଉଛି। ସ୍ଥିତିରେ ଉନ୍ନତି ଘଟିଲେ ପୁଣିଥରେ ସେମାନଙ୍କୁ ନୂଆ ନୋଟିସ୍‌ ଜାରି କରାଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

Share