Categories: ଜାତୀୟ

ପୋଲିସ କମିଶନର ଭାବେ ଶ୍ରୀବାସ୍ତବଙ୍କୁ ଅତିରିକ୍ତ ଦାୟିତ୍ୱ

ନୂଆଦିଲ୍ଲୀ,୨୯ା୨(ପି.ଟି.): ଦିଲ୍ଲୀ ପୋଲିସରେ ସ୍ବତନ୍ତ୍ର ପୋଲିସ କମିଶନର(ଆଇନ ଶୃଙ୍ଖଳା) ଭାବେ ଗତ ସପ୍ତାହରେ ନିଯୁକ୍ତି ପାଇଥିବା ବରିଷ୍ଠ ଆଇପିଏସ୍‌ ଅଫିସର ଏସ୍‌.ଏନ୍‌. ଶ୍ରୀବାସ୍ତବ ରବିବାର ଦିଲ୍ଲୀ ପୋଲିସ କମିଶନର ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୋଲିସ କମିଶନର ପଦରୁ ଶନିବାର ଅବସର ଗ୍ରହଣ କରିବାକୁ ଥିବା ଅମୂଲ୍ୟ ପଟ୍ଟନାୟକଙ୍କଠାରୁ ୧୯୮୫ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ଶ୍ରୀବାସ୍ତବ ଦାୟିତ୍ୱ ଗ୍ରହଣ କରିବେ। ସିଏଏକୁ ନେଇ ଦିଲ୍ଲୀରେ ସୃଷ୍ଟ ସାମ୍ପ୍ରଦାୟିକ ଦଙ୍ଗା ନିୟନ୍ତ୍ରଣ ପାଇଁ ଶ୍ରୀବାସ୍ତବଙ୍କୁ ଗତ ସୋମବାର ଦିଲ୍ଲୀ ପୋଲିସରେ ସ୍ବତନ୍ତ୍ର କମିଶନର ଭାବେ ନିଯୁକ୍ତି ଦିଆଯାଇଥିଲା। ପୂର୍ବରୁ ସେ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସରେ କାର୍ଯ୍ୟରତ ଥିଲେ।

Share