ପୋଲିସ କର୍ମଚାରୀଙ୍କୁ ୫୦ ଲକ୍ଷର ସହାୟତା ଘୋଷଣା: ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‌ କରି ଧନ୍ୟବାଦ ଜଣାଇଲେ ଡିଜିପି

କଟକ ଅଫିସ୍‌, ୨୮।୪: କରୋନା ମୁକାବିଲାରେ ନିୟୋଜିତ ହୋଇଥିବା ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଲେ ତାଙ୍କ ପରିବାର ବର୍ଗଙ୍କୁ ୫୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ। ଏନେଇ ସୋମବାର ରାଜ୍ୟ ସରକାରଙ୍କ ତରଫରୁ ଘୋଷଣା କରାଯାଇଛି। ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ। ସେ ଟୁଇଟ୍‌ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ, କରୋନା ବିରୋଧୀ ଯୁଦ୍ଧରେ ପୋଲିସ କର୍ମଚାରୀମାନେ ଆଗ ଧାଡ଼ିର ଯୋଦ୍ଧା ଦାୟିତ୍ୱ ତୁଲାଉଛନ୍ତି।

Share