ପୋଲିସ କାର୍ଯ୍ୟାନୁଷ୍ଠାନ ଭୟ, ରାସ୍ତା ଶୁନ୍‌ଶାନ୍‌

ରାଇକିଆ ୨୬।୩(ଡି ଏ ନ ଏ)- ସମଗ୍ର ଦେଶରେ ଲକ୍‌ ଡାଉନ ପରେ କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ନିରବତା ଦେଖା ଦେଇଛି। ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ କିଛିମାତ୍ରାରେ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଘରୁ ବାହାରୁ ଥିବାବେଳେ ଦିନ ତମାମ ରାସ୍ତାରେ ନିରବତା ଛାଇଯାଉଛି। ଦିନ ଏଗାରଟା ପରେ ଲୋକଙ୍କୁ ରାସ୍ତାରେ ଦେଖିଲା ମାତ୍ରେ ମାଡ଼ ଯୋଗୁ ରାସ୍ତା ଘାଟ ସମୂର୍ଣ୍ଣ ଶୁନ୍‌ଶାନ୍‌ ରହିଛି। କୌଣସି ଯାନବାହନ ଚଳାଚଳ କରୁନି ଏପରିକି ସାଇକେଲ, ଦୁଇଚକିଆ ଯାନଟିଏ ମଧ୍ୟ ରାସ୍ତାରେ ଦେଖିବାକୁ ମିଳୁନି। କେବଳ ଜରୁରୀ ଥିଲେ ହେଁ କଁାଭଁା ଲୋକ ପଦାକୁ ବାହାରୁଛନ୍ତି। ମାତ୍ର ଏଥିପାଇଁ ଯଥେଷ୍ଟ ପ୍ରମାଣ ଦେଖାଇବାକୁ ପଡୁଛି।