ପୋଲିସ କ୍ୟାଣ୍ଟିନରେ ମହିଳାଙ୍କୁ ବଳାତ୍କାର ଘଟଣା: ପୀଡିତାଙ୍କ ପରିବାର, ଏସପିଙ୍କୁ ଭେଟିଲେ ପୂର୍ବତନ ଏମପି

ମାଲକାନଗିରି,୧୫ା୫ (ଡି.ଏନ.ଏ.) – ମାଲକାନଗିିରି ଜିଲା ସଦର ମହକୁମାସ୍ଥିତ ପୋଲିସ କ୍ୟାଣ୍ଟିନ୍‌ରେ କାମ କରୁଥିବା ଜଣେ ମହିଳା ବଳାତ୍କାରର ଶିକାର ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା। ସେଠାକୁ ନେବା ସମୟରେ ରାୟଗଡା ନିକଟରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ କଂଗ୍ରେସ ପକ୍ଷରୁ ଉଦ୍‌ବେଗ ପ୍ରକାଶ ପାଇଛି। ଶୁକ୍ରବାର ଜିଲା କଂଗ୍ରେସ ପକ୍ଷରୁ ପୂର୍ବତନ ଏମପି ପ୍ରଦୀପ ମାଝି ପୀଡିତାଙ୍କ ଘରକୁ ଯାଇ ତାଙ୍କ ସ୍ବାମୀଙ୍କୁ ଭେଟି ସମବେଦନା ଜଣାଇଛନ୍ତି। ପରେ ସେ ଏସ୍‌ପି ହ୍ରିଷିକେଶ ଡି. ଖିଲାରିଙ୍କୁ ଭେଟି ଆଲୋଚନା କରିଥିଲେ। ୧୫ ଦିନ ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରା ନ ଗଲେ କଂଗ୍ରେସ ଏହାର ପ୍ରତିବାଦରେ ଆନ୍ଦୋଳନ କରିବ ବୋଲି ମାଝୀ ଚେତାବନୀ ଦେଇଛନ୍ତି। ମାଝୀଙ୍କ ସହ ଜିଲା ସଭାପତି ଗୋବିନ୍ଦ ପାତ୍ର, କାର୍ଯ୍ୟକାରୀ ସଭାପତି ରାମ ପଟ୍ଟନାୟକ, ମହିଳା ନେତ୍ରୀ ଲକ୍ଷ୍ମୀପ୍ରିୟା ନାୟକ, କମଳା ବରାଳ, ପି. କେଶୁ ରାଓ, ଜି ଶ୍ରୀନିବାସରାଓ ପ୍ରମୁଖ ଉପସ୍ଥିତ ଥିଲେ।